Home ଆଞ୍ଚଳିକ ଆଖୂଚାଷି ସଂଘ ସମ୍ମିଳନୀ

ଆଖୂଚାଷି ସଂଘ ସମ୍ମିଳନୀ

23

ଆସିକା,୧୦/୧(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ସମବାୟ ଚିନିଶିଳ୍ପ କୃଷକ ଭବନ ଠାରେ ଗଞ୍ଜାମ ଜିଲ୍ଲା ଆଖୂଚାଷି ସଂଘ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ୧୬ଟି ବ୍ଲକରୁ ପ୍ରାୟ ୨ ହଜାର ଆଖୁ ଚାଷି ଯୋଗ ଦେଇଥିଲେ । ଏହି ସମ୍ମିଳନୀକୁ ଆସିକା ସାଂସଦ ପ୍ରମିଳା ବିଷୋୟୀ ଉଦଘାଟନ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ଆଖୂଚାଷି ସଂଘ ସଭାପତି ସମିର ପ୍ରଧାନ ସଭାପତିତ୍ୱ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ୱାଇଁ,ଚିନିଶିଳ୍ପ ପରିଚାଳନା ପିରଷଦ ସଭାପତି ବିପିନ ବିହାରୀ ପାତ୍ର, ଚିନିଶିଳ୍ପ ପରିଚାଳନା ଅଧିକାରୀ ଲକ୍ଷ୍ମିକାନ୍ତ ବେହେରା,ଚିନିଶିଳ୍ପ ସମ୍ପାଦକ ଆର.ଚନ୍ଦ୍ରଶେଖର ରାଓ,ଚିନିଶିଳ୍ପ ଆଖୁ ପରିଚାଳନା ଅଧିକାରୀ ଭଗବାନ ପଣ୍ଡା,ଗଞ୍ଜାମ ଜିଲ୍ଲା ଆଖୂଚାଷି ସଂଘ ଉପସଭାପତି ନାରାୟଣ ଜେନା,ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବରଡ,ସହସମ୍ପାଦକ ବିଶେସ୍ୱର ପ୍ରଧାନ, ସହସମ୍ପାଦକ ଅନୁପ ଲେଙ୍କା,କୋଷାଧ୍ୟକ୍ଷ କିଶୋର ମହାରଣା,ଏମପି ପ୍ରତିନିଧି ସୁରଥ ପ୍ରଧାନ,ବିଜେଡି ନେତା ଦିଲ୍ଲିପ କୁମାର ପାଣିଗ୍ରାହି,ଶ୍ରମିକ ନେତା ବିଦେଶୀ ନାହକ,ଚିିନିଶିଳ୍ପ ଶ୍ରମିକ ସଂଘ ସମ୍ପାଦକ ପ୍ରଶାନ୍ତ କର ପ୍ରମୁଖ ଯୋଗ ଦେଇଥିଲେ । ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବରାଡ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅତିଥି ମାନଙ୍କୁ ଆଖୁଚାଷି ମାନଙ୍କ ପକ୍ଷରୁ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା ।

ବିଦେଶୀ ନାହକ ଏହି ସମ୍ମିଳନୀର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଚିନିଶିଳ୍ପ ଉପସଭାପତି ଆଖୂଚାଷିଙ୍କ ୭ଦଫା ଦାବୀ ଉପସ୍ଥାପନ କରିଥିଲେ । ଏହି ବର୍ଷ ଆଖୁଟନ ପିଛା ୩୫ ଶହ ପ୍ରଦାନ କରିବା,ଆଖୁ ଯୋଗାଣର ୧୫ ଦିନ ମଧ୍ୟରେ ଆଖୂଚାଷି ମାନଙ୍କୁ ପ୍ରାପ୍ୟ ପ୍ରଦାନ,ଆଖୁ ଫସଲକୁ ବୀମା ଭୁକ୍ତ କରାଯାଉ, ଆଖୁ ଲଗାଣ ପାଇଁ ବିହନ,ସାର ଓ କୀଟନାଶକ ଔଷଧ ରିହାତି ଦରରେ ବିଲ ମୁଣ୍ଡରେ ଯୋଗାଇ ଦିଆଯାଉ,ଆଖୁ ଫସଲ ନିମନ୍ତେ ସୁନିଶ୍ଚିତ ଜଳ ଯୋଗାଣ ବ୍ୟବସ୍ଥା କରାଯିବା,ଆଖୁ କାଟିବାର ୨୪ ଘଟାଂ ମଧ୍ୟରେ ଆବଶ୍ୟକ ଟ୍ରକ,ଟ୍ରାକ୍ଟର ଜରିଆରେ ଆଖୁ ଉଠାଇ କାରଖାନାକୁ ଅଣାଯାଉ,ଆଖୁ ଚାଷି ମାନଙ୍କୁ ନିର୍ବାଚନରେ ଅଂଶଗ୍ରହଣ କରିବାର ସୁଯୋଗ ଦେଇ ଚିନିଶିଳ୍ପ ପରିଚାଳନା ପରିଷଦ ଗଠନ କରାଯିବା ନେଇ ଉପସ୍ଥାପନ କରାଯାଇଥିଲା । ଆଖୁ ଟନ ପିଛା ବୃଦ୍ଦି ପାଇଁ ଆଖୂ ଚାଷି, ଗଞ୍ଜାମ ଆଖୂ ଚାଷି ସଂଘ ଓ ଚିନିଶିଳ୍ପ ପରିଚାଳନା ପରିଷଦ ମଧ୍ୟରେ ଛକପଚାଂ ଚାଲିଥିବା ଜଣାଯାଇଛି ।

ଆଜିର ଏହି ସମ୍ମିଳନୀରେ ଆଖୂଚାଷିଙ୍କ ଆଖୁ ପ୍ରାପ୍ୟ ବୃଦ୍ଧି କୈାଣସି ନିଷ୍ପତି ହୋଇନଥିବା ଓ କେଉଁ ତାରିଖରେ ଚିନିଶିଳ୍ପ ଆଖୁ ପେଢା ଆରମ୍ଭ କରିବ ନିଷ୍ପତି ହୋଇନଥିବା ଯୋଗୁଁ ବହୁ ସଂଖ୍ୟାରେ ଚାଷି ମାନେ ଅସନ୍ତୋଷ ହୋଇ ଫେରିଥିଲେ । ଚିନିଶିଳ୍ପ ପରିଚାଳନା ପରିଷଦ ୫ ବର୍ଷ ସମାପ୍ତ ହେବାକୁ ଯାଉଥିବା ବେଳେ ଚିନିଶିଳ୍ପର ଏକ ଟଙ୍କା ଲାଭ କିମ୍ବା ଗୋଟିଏ ଟନ ଆଖୁ ଚାଷି ବୃଦ୍ଧି ହୋଇନଥିବା ଜଣାଯାଇଛି । ଚିନିଶିଳ୍ପର ମରାମତି ବିଭିନ୍ନ ଯନ୍ତ୍ରାଶଂ କ୍ରୟ,ନିଯୁକ୍ତି,ଟେଣ୍ଡର,ଲକ୍ଷ ଲକ୍ଷ ଟଙ୍କା ଅନିୟମିତତା ଦେଖାଦେଇ ଚିନିଶିଳ୍ପଟି ବହୁ କ୍ଷତିରେ ଚାଲିଥିବା ଜଣାଯାଇଛି । ଚିନିଶିଳ୍ପ ପରିଚାଳନା ପରିଷଦ, ଚିନିଶିଳ୍ପ ଶ୍ରମିକ ସଂଘ ଓ କୃଷକ ମାନଙ୍କ ମଧ୍ୟରେ ସମନ୍ୱୟ ନଥିବା ସହ ଏକ ନେତୃତ୍ୱ ବିହୀନ ନୀତିରେ ଚିନିଶିଳ୍ପଟି ପରିଚାଳିତ ହୋଇଛି । ଏଥିପାଇଁ କୋଟି କୋଟି ଟଙ୍କା କ୍ଷତି ହୋଇ ଓଡିଶାର ଏକ ମାତ୍ର ସମବାୟ ଚିନିଶିଳ୍ପ ବନ୍ଦ ହୋଇଯିବା ସମ୍ଭାବନା ରହିଛି । ଚିନିଶିଳ୍ପରୁ ଚିନି,ମୋଲାସେସ,ସ୍ପିରିଟ,ମଦ,ଫିମ୍ପ,ଖତ,ବ୍ରାଉନ ସୁଗାର ଭଳି ଅନେକ ଜିନିଷ ଉତ୍ପାଦନ ହୋଇ ବିକ୍ରି ହେଉଥିବା ବେଳେ କେଉଁ ପରିସ୍ଥିତିରେ କ୍ଷତି ହେଉଛି ଏହା ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଆଜିର ଚାଷି ନେତା ମାନେ ସମ୍ମିଳନୀରେ ମତବ୍ୟକ୍ତ ରଖିଥିଲେ ।