Saturday, November 14, 2026
Home ଆଞ୍ଚଳିକ ରାଜପଥ ରେ ଦୁର୍ଘଟଣା ବଢ଼ାଉଛି ହ୍ୟୁମ୍ ପାଇପ

ରାଜପଥ ରେ ଦୁର୍ଘଟଣା ବଢ଼ାଉଛି ହ୍ୟୁମ୍ ପାଇପ

35

ଧରାକୋଟ,୭/୧୧(ଜିଲ୍ଲା ଖଵର) : ଜାତୀୟ ରାଜପଥ ୫୯ର କାଳଷଣ୍ଢ ପୁର ଠାରୁ ଖାରୀଗୁମା ପର୍ଯ୍ୟନ୍ତ ୨୦ କିମି ରାସ୍ତା ବିପଦପୂର୍ଣ୍ଣ କରିଡ଼ର ଭାବରେ ପରିଗଣିତ ହେଇଛି। ଏହି ରାଜପଥ ଗୋପାଳପୁର ଠାରୁ ଖରୀଆର ରୋଡ ପର୍ଯ୍ୟନ୍ତ ଯାଇଛି । ପ୍ରତିଦିନ ଶହ ଶହ ଗାଡି ମଟର ଏହି ରାସ୍ତା ରେ ଚଳାଚଳ କରୁଛି । ଏଣୁ ଏହା ଏକ ବ୍ୟସ୍ତ ବହୁଳ ରାସ୍ତା ଭାବରେ ପରିଗଣିତ ହେଉଛି। ହନୁମାନ ଦ୍ଵାର ଗାଁ ନିକଟରେ ଏକାଧିକ ଅବ୍ୟବହୃତ ହ୍ୟୁମ ପାଇପ ରାଜପଥ ପାର୍ଶ୍ବରେ ପଡ଼ି ରହିଛି । ରାତ୍ର ସମୟରେ ଏହା ଦେଖାଯାଉ ନଥିବା ଯୋଗୁଁ ଏଠାରେ ଛୋଟ ବଡ ଦୁର୍ଘଟଣା ଘଟୁଛି । ଋଷିକୁଲ୍ୟା କେନାଲ ବ୍ରିଜ ନିର୍ମାଣ ପାଇଁ ହୋଇଥିବା ଡାଇଭର୍ସନ କାମରେ ଏହା ବ୍ୟବହାର ହୋଇଥିଲା । ନୂତନ ବ୍ରିଜ ନିର୍ମାଣ କାମ ସରିବାପରେ କେନାଲ ଭିତରୁ ଏହାକୁ ଉଠାଇ ରାଜପଥ ପାର୍ଶ୍ବରେ ରଖାଯାଇଛି ।ଦୀର୍ଘଦିନ ବୀତିଥିଲେ ମଧ୍ୟ ଏହାର ସ୍ଥାନାନ୍ତର ପାଇଁ ଠିକାଦାର ଜଣକ ଦୃଷ୍ଟି ଦେଉ ନଥିବାରୁ ଲୋକଙ୍କ ଯାତାୟତରେ ଅସୁବିଧା ସୃଷ୍ଟି ହେବା ସହ ଦୁର୍ଘଟଣା ବଢ଼ାଉଛି। ଏଣୁ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଦାବୀ କରିଛନ୍ତି।