
ରାୟଗଡ଼ା,୬-୧୧( ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ପଦ୍ମପୁର ରେ ଘଟିଛି ଏଭଳି ଏକ ଘଟଣା ମିଳିଥିବା ସୂଚନା ଅନୁଯାୟୀ ସନ୍ତୋଷ ସାହୁ ନାମକ ଯୁବକ ଜଣକ କଲେଜ ପଢୁଆ ଝିଅକୁ ପ୍ରଥମେ ଇନାଷ୍ଟାଗ୍ରାାମରେ ପ୍ରେମ ପାଇଁ ନିବେଦନ,ପରେ ଘରକୁ ଆସି ଝିଅକୁ ଅପହରଣ କରିବା ନିମନ୍ତେ ଉଦ୍ୟମ, ଆଉ ତାପରେ ଝିଅର ଘର ଆଗରେ ଅଭଦ୍ର ଭାଷାରେ ଗାଳିଗୁରଜ ,ବାପା ମାକୁ ମାରପିଟ କରିବା ଆଦି ଘଟଣା କୁ ନେଇ ଝିଅର ପରିବାର ପକ୍ଷରୁ ପଦ୍ମପୁର ଥାନା ରେ ଏକ ଅଭିଯୋଗ ଦିଆଯାଇଥିବା ବେଳେ ଏ ନେଇ ପଦ୍ମପୁର ଥାନା ଅଧିକାରୀ ରାଜେଶ ବଳିୟାରସିଂ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୯ ଜଣ ଅଭିଯୁକ୍ତ ସମେତ ୩ ଟି ବାଇକ କୁ ଜବତ କରି ପଦ୍ମପୁର ଥାନାରେ କେସ ନମ୍ବର ୧୨୪ ତା -୭-୧୧-୨୦୨୨- ଅନୁଯାୟୀ u/s ୧୨୦ -ବି /୪୫୮/୩୬୩/୫୧୧/୩୪୧/୩୨୩/୨୯୪/୩୫୪/୩୪ ଆଇପିସି ଧାରା ଅନୁସାରେ ମୁଖ୍ୟ ଅଭିଯୁକ୍ତ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କକସରା ଅଞ୍ଚଳ ର ସନ୍ତୋଷ ସାହୁ ସହ ମୀନକେତନ ବେହେରା, ବିଶ୍ୱନାଥ ସାହୁ ଜୟସେନ ଲାୟା, ରଘୁନାଥ ବାଘ, ସଞ୍ଜୟ ବେହେରା ସମେତ ୩ ଜଣ ନାବାଳକ ଙ୍କ ସହ ମୋଟ ୯ ଜଣ କୁ ଗିରଫ କରି କୋର୍ଟଚାଲାଣ କରିଛି ପଦ୍ମପୁର ପୋଲିସ । ୯ ଜଣଙ୍କ ମଧ୍ୟରୁ ୩ଜଣ ନାବାଳକ ରହିଥିବାରୁ ସେମାନଙ୍କୁ ରାୟଗଡ଼ା ଯୁଭେନାଲ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଆଉ ୬ ଜଣ ଯୁବକ ଙ୍କୁ ଗୁଣପୁର କୋର୍ଟ କୁ ଚାଲାଣ କରାଯାଇଥିବା ପଦ୍ମପୁର ଥାନା ଅଧିକାରୀଙ୍କ ନିକଟରୁ ସୂଚନା ମିଳିଛି, ଏ ସଂକ୍ରାନ୍ତ ରେ ଅଧିକ ତଦନ୍ତ ଜାରି ରଖିଥିବା ପଦ୍ମପୁର ପୋଲିସ ପକ୍ଷରୁ କୁହାଯାଇଛି ।



