
ଧରାକୋଟ,୬/୧୧(ଜିଲ୍ଲା ଖବର) : ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ରେ ଗତ 56 ବର୍ଷ ପୂର୍ବେ ଅର୍ଥାତ 1966 ମସିହାରେ ମାଟ୍ରିକ ଶ୍ରେଣୀରେ ପଢୁଥିବା ଛାତ୍ର ମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟ କ୍ରମ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାକ୍ତନ ଗୁରୁଜୀ ବସନ୍ତ କୁମାର ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବା ବେଳେ ପଣ୍ଡିତ ଶ୍ରୀ ସତ୍ୟବାଦୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ସମ୍ମାନୀୟ ଅତିଥି ଭାବରେ ବର୍ତ୍ତମାନର ପ୍ରଧାନ ଶିକ୍ଷକ ଗୀତାଞ୍ଜଳି ସାହୁ ଯୋଗ ଦେଇଥିଲେ। ପୂଜ୍ୟ ସିକ୍ଷକ ମାନଙ୍କୁ ପୁରାତନ ଚତ୍ର ମାନଙ୍କ ତରଫରୁ ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥିଲା ।

ଉପସ୍ଥିତ ଛାତ୍ରମାନେ ବିଦ୍ୟାଳୟରେ ବିତାଇ ଥିବା ସ୍ମୃତି ଓ ନିଜ ନଜର ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରିଥିଲେ ଓ ଗୁରୁଜୀ ମାନଙ୍କ ପ୍ରଶଂସା କରିଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟ କ୍ରମ ରେ ପୁରାତନ ଛାତ୍ର ସର୍ବଶ୍ରୀ ବିଜୟ କୁମାର ରଥ,ଗୌରୀ ଶଙ୍କର ହୋତା, ଭରତ ବେହେରା,ସୋମନାଥ ସାହୁ,ପୂର୍ଣ୍ଣ ଚନ୍ଦ୍ର ମିଶ୍ର,ନୀଳ ରତ୍ନ ବରାଡ,ରଘୁନାଥ ଡାକୁଆ,ସନ୍ୟାସୀ ଗୌଡ଼,ବଂଶୀଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଗୁରୁଜୀ ବସନ୍ତ ମିଶ୍ର ସାଂପ୍ରତିକ ଶିକ୍ଷା ବ୍ୟବସ୍ଥା ଓ ଗୁରୁଜୀ ପଣ୍ଡିତ ସତ୍ୟବାଦୀ ମିଶ୍ର ନୈତିକ ଶିକ୍ଷା ସହ ଗୁଋଷିଶ୍ୟ ପରମ୍ପରା ଏବଂ ସଂପର୍କ ବିଷୟରେ ବୁଝାଇଥିଲେ । ଗୌରୀ ଶଙ୍କର ହୋତା ଧନ୍ୟବାଦ ଅର୍ପଣ କରିଥିଲେ।



