Home ଆଞ୍ଚଳିକ କ୍ରୀଡା ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କ୍ରୀଡା ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

73

ଧରାକୋଟ,୬/୧୧(ଜିଲ୍ଲା ଖବର) : ଧରାକୋଟ ବ୍ଲକର ଢ଼ଉଗାଁ ସ୍ଥିତ ବାସୁଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ବିଜୟ କୁମାର ଜେନା ଙ୍କୁ ବ୍ଲକ୍ କ୍ରୀଡା ଶିକ୍ଷକ ସଂଘ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଧରାକୋଟ ନିକଟସ୍ଥ କାଠୁଆପଲି ଠାକୁରାଣୀ ମନ୍ଦିର ପୀଠରେ ଏହି ଅବସରରେ ସଂଘର ସଭାପତି ପାଣ୍ଡବ ସ୍ୱାଇଁ ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜାହାଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପଦ୍ମ ଚରଣ ପଣ୍ଡା, ସମ୍ମାନିତ ଅତିଥି ରୂପେ ଏ ବି ଇ ଓ ଉମା ଚରଣ ପାଣିଗ୍ରାହୀ, ବୁଚୀ ରାଓ ଦୋରା ଓ ବାସୁଦେବ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ଅବସର ଗ୍ରହଣ କରିଥିବା କ୍ରୀଡା ଶିକ୍ଷକ ଙ୍କ ଜୀବନୀ ଓ ବ୍ଲକ୍ ସ୍ତରରେ କ୍ରୀଡାକ୍ଷେତ୍ରରେ ରହିଥିବା ଅବଦାନ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଅବସର ଗ୍ରହଣ କରିଥିବା ଶିକ୍ଷକଙ୍କୁ ଅତିଥି ମାନଙ୍କ ଦ୍ଵାରା ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।କାର୍ଯ୍ୟ କ୍ରମକୁ କ୍ରୀଡା ଶିକ୍ଷକ ହର୍ଷ ବିଶୋଇ ପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକ ମଙ୍ଗୁଲୁ ଜେନା,ଭାଗିରଥି ବେହେରା ଓ ବିଶ୍ଵ ଜୀବନ ସାହୁ ଙ୍କ ସମେତ ସମସ୍ତ ସିକ୍ଷକ ସହଯୋଗ କରିଥିଲେ।