
ସାନଖେମୁଣ୍ଡି, ୦୩/୧୧ (ଜିଲ୍ଲା ଖବର) : ନାଟକ ହେଉଛି ଏମିତି ଏକ କଳା ଯାହା ଦର୍ଶକଙ୍କୁ ବାନ୍ଧି ରଖେ। ଏଭଳି ଅନେକ ନାଟକ ମଞ୍ଚ ଉପରେ ପରିବେଷଣ ହୋଇଥାଏ l ଯାହା ଦେଖି ଦର୍ଶକ ଆନନ୍ଦିତ ହେବା ସହିତ ବୁହୁତ କିଛି ଶିଖଣୀୟ କଥା ଶିଖିଥାନ୍ତି l କେତେବେଳେ ପରିବାରକୁ ନେଇ ନାଟକ ପରିବେଷଣ ହୁଏ ତ ଆଉ କେତେବେଳେ ଆମ ସଂସ୍କୃତି ପରମ୍ପରାକୁ ନେଇ ନାଟକ ମଞ୍ଚସ୍ଥ ହୋଇଥାଏ l ଠିକ୍ ଏଭଳି ଏକ ପୌରାଣିକ ନାଟକ ରାମାୟଣ ଆଜି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଦୟାନିଧିପୁର ପଞ୍ଚାୟତର ନିସ୍ତିପୁର ଗ୍ରାମରେ ଦେଖିବାକୁ ମିଳିଛି l ନିସ୍ତିପୁର ରଙ୍ଗମଞ୍ଚରେ ପରିବେଷଣ ହୋଇଥିବା ନାଟକକୁ ଦେଖିଲେ ମନେହୁଏ ଆଜି ବି ପୌରାଣିକ ସଂସ୍କୃତି ପରମ୍ପରା ଉଦଜୀବିତ ହୋଇ ରହିଅଛି ।
ସୂଚନା ଅନୁସାରେ, ନିସ୍ତିପୁର ଗ୍ରାମର ବରିଷ୍ଟ ବିଜେଡି କ୍ରମି ସ୍ବର୍ଗତ ରଙ୍କନିଧି ପ୍ରଧାନଙ୍କ ଦ୍ୱାଦଶ କାର୍ଯ୍ୟକ୍ରମ ଉପଲକ୍ଷେ ଗୁରୁବାର ସନ୍ଧ୍ୟାରେ ଗ୍ରାମର କଳାକାରଙ୍କୁ ନେଇ ଶିଖିଥିବା ରାମାୟଣ ନାଟକଟି ମଞ୍ଚସ୍ଥ ହୋଇଅଛି l ଦ୍ୱାଦଶ କାର୍ଯ୍ୟରେ ପହଞ୍ଚିଥିବା ୬୧ ନମ୍ବର ଜୋନର ଜିଲ୍ଲାପରିଷଦ ଶ୍ରୀ ଅମିନ ପ୍ରଧାନ ସ୍ବର୍ଗତ ରଙ୍କନିଧିଙ୍କ ଫୋଟୋରେ ପୁଷ୍ୱମାଲ୍ୟ ଦେଇ ମୁଖ୍ୟ ଅତିଥିଭାବେ ନାଟକଟିର ଶୁଭାରମ୍ଭ କରିଥିଲେ l ମଞ୍ଚାସିନ ହୋଇ ବରିଷ୍ଟ ବିଜେଡି କର୍ମୀ ସ୍ବର୍ଗତ ରଙ୍କନିଧିଙ୍କ ଗୁଣଗାରିମା କହିବା ସହିତ ନାଟକ ପରିବେଷଣ କରୁଥିବା କଳାକାର ମାନେ କିପରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ କଳାକାର ଭର୍ତ୍ତା ପାଇପାରିବେ ସେଥିପ୍ରତି ସଜାଗ କରାଇଥିଲେ l ସଂମାନିତ ଅତିଥିଭାବେ ବିଜୟ କୁମାର ଭୂୟାଁ, ଉକ୍ତ ନାଟକ ଶିକ୍ଷକ ଗଜେନ୍ଦ୍ର ସ୍ୱାଇଁ, ମେନେଜର ଭାସ୍କର ପ୍ରଧାନ, ଅଧିକାରୀ ସୁଦର୍ଶନ ଜେନା, ପରିଚାଳନା କମିଟି ଦିଲ୍ଲୀପ ପ୍ରଧାନ, ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ରଙ୍କନିଧିଙ୍କ ଅମର ଆତ୍ମର ସଦଗତି ଜଣାଇ ଶାନ୍ତିଶୃଙ୍ଖଳାର ସହିତ ନାଟକଟିକୁ ଦେଖିବା ପାଇଁ ଦର୍ଶକଙ୍କୁ ଅନୁରୋଧ କରିଥିଲେ l





