Home ଆଞ୍ଚଳିକ ଗୋପମଥୁରାରୁ ୮ଫୁଟର ଅଜଗର ଉଦ୍ଧାର

ଗୋପମଥୁରାରୁ ୮ଫୁଟର ଅଜଗର ଉଦ୍ଧାର

109

ବଡମ୍ବା,୪/୧୧(ଜିଲ୍ଲା ଖବର) : କଟକ ବଡମ୍ବା ବ୍ଲକ ଗୋପମଥୁରା ସିଆରିଆ ନାଳରେ ମାଛ ଜାଲ ରେ ଛନ୍ଦି ହୋଇଯାଇଥିଲା ବିରାଟ କାୟ ଅଜଗର ସାପ। ତେବେ ସେହି ଗ୍ରାମର ଜଣେ ଯୁବକ ନଦୀରେ ମାଛ ମାରୁଥିବା ସମୟରେ ଜାଲ ରେ ଅଜଗର ସାପ ଫସି ରହିଥିବାର ଦେଖି ଯୁବକଙ୍କ ସମେତ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ । ପରେ କଟକର ପିପୁଲ ଫର ଆନିମଲ ର ସଦସ୍ୟ ଶୁଭେନ୍ଦୁ ସ୍ୱାଇଁ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବା ପରେ ଶ୍ରୀ ସ୍ୱାଇଁ ଙ୍କ ଦ୍ୱାରା ବିରାଟ କାୟ ଅଜଗର ଟିକୁ ଉଦ୍ଧାର କରାଯାଇଥିଲା। ତେବେ ସର୍ପ ଧରାଳି ଶ୍ରୀ ଶୁଭେନ୍ଦୁ ସ୍ୱାଇଁ ଅନେକ କଷ୍ଟ କରି ଜାଲ ରୁ ୮ ଫୁଟଲମ୍ବ ର ଏକ ଅଜାଗର ସର୍ପ କୁ ସଫଳତାର ସହ ଉଦ୍ଧାରକରିଥିଲେ। ପରେ ବନବିଭଗ କୁ ଖବର ଦିଆଯାଇଥିଲା। ବଡମ୍ବା ବନବିଭାଗର ନିର୍ଦେଶାନୁକ୍ରମେ ସାପଟିକୁ ନେଇ ସ୍ଥାନୀୟ ଗୋପମଥୁରା ସରଂକ୍ଷିତ ଜଙ୍ଗଲ ରେ ଛାଡି ଦେଇଥିବା ସର୍ପ ଧରାଳି ଶୁଭେନ୍ଦୁ ସ୍ୱାଇଁ ସୂଚନା ଦେଇଛନ୍ତି ।