କିଡିଗାଁ ଅଜଣା ଜନ୍ତୁ ର ଆକ୍ରମଣ ରେ ୬୩ ଛେଳି ମୃତ

66

ଗଜପତି,୪/୧୧(ଜିଲ୍ଲା ଖବର) : ଗଜପତି ଜିଲ୍ଲା କାଶୀନଗର ବ୍ଲକ କିଡିଗାଁ ଅଜଣା ଜନ୍ତୁ ର ଆକ୍ରମଣ ରେ ୬୩ ଛେଳି ମୃତ, ଗାଁ ର ବି. ରାମନାଥ ଓ ବି. କ୍ରୀଷ୍ଣା ଙ୍କ ଗୁହାଳ ରେ ୯୦ ରୁ ଅଧିକ ଛେଳି ରଖିଥିବା ବେଳେ ଗତକାଲି ରାତି ରେ କୌଣସି ଅଜଣା ଜନ୍ତୁ ର ଆକ୍ରମଣ ରେ ୬୩ ଗୋଟି ଛେଳି ମରି ପଡ଼ିଥିବା ବେଳେ ଅନେକ ଗୁଡିଏ ଛେଳି ଗୁରୁତର ଆହତ ହୋଇ ପଡ଼ିଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ଘଟଣା ସ୍ଥଳ ରେ ପହଞ୍ଚି ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ରାଜସ୍ବ ବିଭାଗ କର୍ମଚାରୀ ଘଟଣା ର ଅନୁଧ୍ୟାନ କରିବା ସହ ଜିଲ୍ଲା ପ୍ରାଣୀଧନ ବିଭାଗ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆ ଯାଇଛି