

ପାରଳାଖେମୁଣ୍ଡି,(ପ୍ରଭାତ କୁମାର ପତ୍ର); ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେଓଙ୍କ ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ୧୯୪୩ ମାର୍ଚ୍ଚ ୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ।ପାରଳା ମହାରାଜ ତଥା ପୂର୍ବତନ ବ୍ରହ୍ମପୁର ସାଂସଦ ଗୋପୀନାଥ ଗଜପତିଙ୍କ ଆଜି ସକାଳ ୪.୧୫ ରେ ଭୁବନେଶ୍ୱରର ଆପଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛନ୍ତି I ତାଙ୍କ ମୃତ୍ୟୁ ବେଳେ ତାଙ୍କ କନ୍ୟା ରାଜକୁମାରି କଲ୍ୟାଣି ଦେବୀ ଉପସ୍ଥିତ ଥିଲେ । ମହାରାଜଙ୍କ ମୃତ୍ୟୁ ଖବର ପାଇ ସମଗ୍ର ଗଜପତି ଜିଲ୍ଲା ବାସୀ ଶୋକ ର ଛାୟା ଖେଳିଯାଇଛି I



