Sunday, October 11, 2026
Home ଆଞ୍ଚଳିକ ପରମହଂସ ରେ ଜନ ସମ୍ପର୍କ ପଦ ଯାତ୍ରା

ପରମହଂସ ରେ ଜନ ସମ୍ପର୍କ ପଦ ଯାତ୍ରା

78

କଟକ,୩/୧୧/୨୨ : ପବିତ୍ର ଅଁଳା ନବମୀ ଅବସରେ କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ଗ୍ରାମ ପଂଚାୟତ ରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି. ସଦର ବିଧାୟକ ଶ୍ରୀ ଚନ୍ଦ୍ର ସାରଥୀ ବେହେରା ଙ୍କ ନେତୃତ୍ୱ ରେ ସ୍ଥାନୀୟ ସରପଞ୍ଚ ଶ୍ରୀ ଅଶୋକ ପାତ୍ର ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଆୟୋଜିତ ଏହି ଯାତ୍ରା ରେ ବହୁ ଜନ ସମାଗମ ହୋଇ ଥିଲା. ମହିଳା ବିଜେଡି, ଛାତ୍ର ବିଜେଡି ଓ ଯୁବ ବିଜେଡି ର ସଦସ୍ୟ ମାନଙ୍କ ସମେତ ବହୁ ତୁଙ୍ଗ ନେତା ମାନେ ଏହି କାର୍ଯ୍ୟ କ୍ରମରେ ଯୋଗ ଦେଇ ଥିଲେ.ଗ୍ରାମ ପରିକ୍ରମା କରିବା ସହ ନବୀନ ସରକାର ଙ୍କ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କ ରେ ଜନ ସାଧରଣ ଙ୍କୁ ଅବଗତ କରାଇବା ସହ ସେମାନଙ୍କ ର ସମସ୍ତ ଅଭାବ, ଅସୁବିଧା ଓ ଅଭିଯୋଗ ଶୁଣି ତାହା ପୂରଣ କରିବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନବା ଏହି ଯାତ୍ରା ର ମୂଳ ଲକ୍ଷ୍ୟ ବୋଲି ସ୍ଥାନୀୟ ସର ପଞ୍ଚ ପ୍ରକାଶ କରି ଥିଲେ!