Thursday, November 12, 2026
Home ଆଞ୍ଚଳିକ ସହାୟତା କେନ୍ଦ୍ର ମାଧ୍ୟମରେ ପେନସନ ଉପଭୋକ୍ତାଙ୍କୁ ମାଗଣା ଜୀବନ ପ୍ରମାଣପତ୍ର ପ୍ରଦାନ

ସହାୟତା କେନ୍ଦ୍ର ମାଧ୍ୟମରେ ପେନସନ ଉପଭୋକ୍ତାଙ୍କୁ ମାଗଣା ଜୀବନ ପ୍ରମାଣପତ୍ର ପ୍ରଦାନ

65

ଆସିକା ,୩/୧୧(ଜିଲ୍ଲା ଖବର) : ଆସିକା ଉପ କୋଷାଗାର କାର୍ଯ୍ୟାଳୟ ଠାରେ ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ସହାୟତା କେନ୍ଦ୍ର କାର୍ଯ୍ୟ ଆରମ୍ଭ ହୋଇଛି।ଉପ କୋଷାଗାର ଅଧିକାରୀ ଜମେଶ୍ବର ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୋ ସେବା କେନ୍ଦ୍ର ଜିଲ୍ଲା ପରିଚାଳକ ସରୋଜ ପାଢ଼ୀ, ଆସିକା ଶାଖା ସଂଚାଳକ ଗୀତାଞ୍ଜଳି ମହାପାତ୍ର, ଅପରେଟର ରଶ୍ମିତା ବେହେରା ଏବଂ ମୁଖ୍ୟ କିରାଣୀ ଜଗନ୍ନାଥ ଦାସ,ବରିଷ୍ଠ ଦେବରାଜ ପ୍ରଧାନ,କନିଷ୍ଠ ସହାୟକ ମାନିନୀ ପାଣିଗ୍ରାହୀ ପ୍ରମୂଖ ଉପସ୍ଥିତ ଥିଲେ।
ଅଂଚଳର ବହୁ ପେନସନ ଉପଭୋକ୍ତା ନିଜର ଆଧାର କାର୍ଡ,ପେନସନ ବହି,ବ୍ୟାଙ୍କ ଜମାଖାତା ଏବଂ ମୋବାଇଲ ନଂ ସଂଯୋଗ କରି ବିନା ଶୁଳ୍କରେ ସେମାନଙ୍କ ଜୀବନ ପ୍ରମାଣପତ୍ର ହାତପାଆନ୍ତରେ ପାଇ କାର୍ଯ୍ୟାଳୟ ରେ ଦାଖଲ କରିଥିଲେ।