Thursday, November 12, 2026
Home ଆଞ୍ଚଳିକ ଡିହିରାକୁଳ ଗ୍ରାମରେ ବସ୍ତ୍ର ଉପଯୋଗ କାର୍ଯ୍ୟକ୍ରମ

ଡିହିରାକୁଳ ଗ୍ରାମରେ ବସ୍ତ୍ର ଉପଯୋଗ କାର୍ଯ୍ୟକ୍ରମ

38

ଉଦଳା ୨/୧୧(ଜିଲ୍ଲା ଖବର): ଉଦଳା ବ୍ଲକ ଅଧିନରେ ଥିବା ସସ୍କୁତି ସମ୍ପନ୍ନ ଡିହିରାକୁଳ ଗ୍ରାମରେ ବୁଧବାର ଦିନ ବସ୍ତ୍ର ଉପଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଗୁରୁଜନ ପୂଜନ କମିଟି ଆନୁକୂଲ୍ୟରେ ବ୍ୟବହାର ଉପଯୋଗୀ ପୁରୁଣା ବସ୍ତ୍ର ସଗ୍ରହ କରାଯାଇ ସାଧାରଣ ଗରିବ ଲୋକଙ୍କୁ ବସ୍ତ୍ର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା, ପୁରୁଷ,ବୃଦ୍ଧ,ବୃଦ୍ଧା ଯୋଗଦେଇ ଥିଲେ ।ସମସ୍ତଙ୍କୁ ବ୍ୟବହାର ଉପଯୋଗୀ ଶାଢ଼ୀ, କମଳ, ସାଟ,ପେଣ୍ଟ ଏବଂ ପୋଷାକ ପ୍ରଦାନ କରାଯାଇଥିଲା।ତାଛଡା ବହୁ ନୂତନ ବସ୍ତ୍ର ମଧ୍ୟ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା”ଥିଲା ବାଲାଦିଅ ନଥିଲା ଲୋକେ ନିଅ” ।ସୂଚନାଯୋଗ୍ୟ ଯେ, ବହୁ ପରିବାରରେ ପୁରୁଣା ବସ୍ତ୍ର ବ୍ୟବହାର ନକରି ଗଛିତ ରହିଛି।ପରିବାର ଲୋକେ ତାହାକୁ ବ୍ୟବହାର କରୁ ନାହାଁନ୍ତି।ଏଣୁ ଗୁରୁଜନ ପୂଜନ କମିଟି ର ସଦସ୍ୟଙ୍କ ଉଦ୍ୟମରେ ଘରେ ଘରେ ବସ୍ତ୍ର ସଗ୍ରହ କରି ଉପଯୋଗୀ ବସ୍ତ୍ରକୁ ବଣ୍ଟନ କରାଯାଇଥିବା କମିଟି ସଦସ୍ୟ ରମେଶ ଚନ୍ଦ୍ର ପୃଷ୍ଟି କହିଛନ୍ତି।ଏହି କାର୍ଯ୍ୟକ୍ରମ ଉଦଳା ଥାନା ଆଇଆଇସି ନିରୋଜ କୁମାର ସାମଲ, ରାଢୋ ଗ୍ରାମ ପଞ୍ଚାୟତର ସରପଞ୍ଚ ବସେନ ମାର୍ଣ୍ଣି ପ୍ରମୁଖ ଯୋଗଦେଇ ଆୟୋଜକ ସଦସ୍ୟଙ୍କୁ ପ୍ରସଶା କରିଥିଲେ । ଏହି ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ସବୁବେଳେ ଚାଲୁ ରହିବ ବୋଲି ଉପଦେଷ୍ଟା ସର୍ବେଶ୍ବର ହାତୀ ପ୍ରକାଶ କରିଛନ୍ତି।