Saturday, November 14, 2026
Home ଆଞ୍ଚଳିକ ଶ୍ରମ ମନ୍ତ୍ରୀଙ୍କ ୭ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା।ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

ଶ୍ରମ ମନ୍ତ୍ରୀଙ୍କ ୭ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା।ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

58

ବୁଗୁଡା ୦୨/୧୧/୨୨ ବିଜୁ ଜନତା ଦଳର ଦଳୀୟ ନିଷ୍ପତ୍ତି ପ୍ରକାରେ ପୋଲସରା ନିର୍ବାଚନ ମଣ୍ଡଳୀର ବୁଗୁଡା ବ୍ଲକରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅକ୍ଟୋବର ଦୁଇ ତାରିଖ ଦିନ ପୋଲସରା ବିଧାୟକ ତଥା ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ବୁଗୁଡା ବ୍ଲକର ୭ ଟି ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକର ପାଙ୍ଗିଡି ପଞ୍ଚାୟତରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ଖୋଳଖାଳି, ବିରଞ୍ଚିପୁର, ବି.କରଡ଼ାବାଡ଼ି, ତାକରଡା, କରଚୁଲି ଓ କରସିଙ୍ଗ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ସମସ୍ତ ପଞ୍ଚାୟତରେ ଶ୍ରମମନ୍ତ୍ରୀ ଶ୍ରୀ ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ଜନସାଧସରଣ ପାଛୋଟି ନେଇଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଉପରେ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ଲୋକଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ କତକଲା ଗ୍ରାମ ନିକଟରେ ବାଘୁଆ କେନାଲର ପର୍ଯ୍ୟବେକ୍ଷଣ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରତ୍ୟେକ ପଞ୍ଚାୟତର ନେତା ଓ କର୍ମୀ ବୃନ୍ଦ ଜନସାଧାରଣଙ୍କ ସହ ଉତ୍ତମ ସମ୍ପର୍କ ରଖି ଓ ସରକାରଙ୍କ ଜନହିତକର ଯୋଜନା ଗୁଡିକ ପହଞ୍ଚାଇବା ସହିତ ପରସ୍ପର ଓ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କଲେ ବିଜୁ ଜନତା ଦଳ ଆହୁରି ସୁଦୃଢ଼ ହୋଇ ପାରିବ ବୋଲି ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ପରାମର୍ଶ ପ୍ରଦାନ କରିଥିଲେ। ଏହି ଜନସମ୍ପର୍କ ପଦଯାତ୍ରାରେ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବୁଗୁଡା ଏନଏସି ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ବ୍ଲକ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଜ୍ୟୋତ୍ସ୍ନାମୟୀ ଗୌଡ଼, ପାଙ୍ଗିଡି ସରପଞ୍ଚ ଭାଗ୍ୟଳତା ବିଷୋୟୀ,ସୁକାନ୍ତୀ ପାତ୍ର, ଜୋତ୍ସନା ରାଣୀ ବିଶ୍ବାଳ, ଆସିକ ସମବାୟ ସମିତି ଡ଼ାଇରେକ୍ଟର ନନ୍ଦିନୀ ଭୂୟାଁ,ସମିତିସଭ୍ଯା ଶସ୍ମିତା ଆପଟ,ଜିଲ୍ଲା ପରିଷଦ ଚାନ୍ଦିନୀ ନାୟକ,ସମିତିସଭ୍ଯ ଚିକୁ ବାରିକ,ସମାଜସେବୀ ଧରଣୀଧର ପଣ୍ଡା, କେ.ନୀଳମାଧବ ଆଚାରୀ, କିଶୋର ଚନ୍ଦ୍ର ବେହେରା, ସରପଞ୍ଚ , ସୂର୍ଯ୍ୟମଣି ଗୌଡ଼,ସୁଶ୍ରୀ ଆରତୀ ଦେବୀ,ସୁଶାନ୍ତ ଆପଟ, କାର୍ତ୍ତିକ ସାହାଣୀ,ଉମାକାନ୍ତ ପାତ୍ର, ସନମଥ ସାମଲ, ରବିନ୍ଦ୍ର ନାୟକ ମୁନା ପ୍ରଧାନ,କବିରାଜ ଗୌଡ,ଆସିକା ଚିନିଶିଳ୍ପ ନିର୍ଦ୍ଦେଶକ ବସନ୍ତ ଦଳାଇ, ସୁବ୍ରତ ରାଖଲ ଦାସ,ଜିଲ୍ଲା ପରିଷଦ ଅଶୋକ କୁମାର ବିଷୋୟୀ,ଆସିକା ସେବା ସମବାୟ କେନ୍ଦ୍ର ବ୍ଯାଙ୍କ ନିର୍ଦ୍ଦେଶକ ରଞ୍ଜନ କୁମାର ସାହୁ,ବିଜେଡି ମହିଳା ଜିଲ୍ଲା ଉପ ସଭାପତି କବିତା ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ଦଳୀୟ କର୍ମୀମାନେ ଯୋଗ ଦେଇଥିଲେ ।ଏହା ସହିତ କରଚୁଲି ପଞ୍ଚାୟତର ମୁନା ପ୍ରଧାନ ଙ୍କ ନେତୃତ୍ୱରେ ବିଜେଡ଼ିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ବିଜେପିରୁ ବାପୁଜୀ ପ୍ରଧାନ, କିଶୋର ପ୍ରଧାନ, କାହ୍ନୁ ପ୍ରଧାନ, ରାହୁଲ ପ୍ରଧାନ, ଚିକୁ ପ୍ରଧାନ, ବୃନ୍ଦାବନ ନାୟକ, ସନ୍ତୋଷ ନାୟକ, ସିଲୁ ଗୌଡ,ରାଜେଶ ପ୍ରଧାନ, ଅଶୋକ ପ୍ରଧାନ,ବ୍ରଜବନ୍ଧୁ ପ୍ରଧାନ ସମେତ ୨୦ରୁ ଉର୍ଦ୍ଧ୍ବ ପରିବାର ମନ୍ତ୍ରୀଙ୍କ ଉପସ୍ଥିତରେ ବିଜେପି ଛାଡ଼ି ବିଜେଡ଼ିରେ ସାମିଲ ହୋଇଥିଲେ।ମନ୍ତ୍ରୀ ଶ୍ରୀସାହୁ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ବିଜୁଜନତା ଦଳର ସାମିଲ କରାଇଥିଲେ।