Saturday, November 14, 2026
Home ଆଞ୍ଚଳିକ ଖ୍ରୀଷ୍ଟମାସ କେକ ପ୍ରସ୍ତୁତି ନିମନ୍ତେ ସ୍ୱସ୍ତି ଚିଲିକା ରିସୋର୍ଟରେ ଯୋଗ ଦେଲେ ୧୭ ଦେଶର ବିଦେଶୀ...

ଖ୍ରୀଷ୍ଟମାସ କେକ ପ୍ରସ୍ତୁତି ନିମନ୍ତେ ସ୍ୱସ୍ତି ଚିଲିକା ରିସୋର୍ଟରେ ଯୋଗ ଦେଲେ ୧୭ ଦେଶର ବିଦେଶୀ ପର୍ଯ୍ୟଟକ

40

ଖଲ୍ଲିକୋଟ,୨/୧୧(ଜିଲ୍ଲା ଖବର) : ଆସନ୍ତା ଡ଼ିସେମ୍ବର ମାସରେ ଖ୍ରୀଷ୍ଟ ମାସରେ କେକ ପରିବେଷଣ କରିବା ଉଦେଶ୍ୟରେ ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମ ନିକଟରେ ଥିବା ହୋଟେଲ ସ୍ୱସ୍ତି ଚିଲିକା ରିସୋର୍ଟରେ ପୃଥିବୀର ୧୭ ଦେଶର ଅତିଥି ମାନେ ଚିଲିକାର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ନିଜକୁ ଏକ ଉସ୍ଛବରେ ସାମିଲ କରି ଏକ କେକ ପ୍ରସ୍ତୁତି ନିମନ୍ତେ ଯୋଗ ଦେଇଥିଲେ l ଏହି କେକ ପ୍ରସ୍ତୁତିରେ ପୂର୍ବ ଏସିଆର ଭିଏତନାମା ,ଇଣ୍ଡୋନେସିଆ ,ମାଲେସିଆ ,ଥାଇଲାଣ୍ଡ ,ନେପାଳ ,ସିଙ୍ଗାପୁର ଇତ୍ୟାଦି ଦେଶର ଅତିଥି ମାନେ ଏକତ୍ରିତ ହୋଇ କାଜୁ , କିସମିସ , ଚେରି , ଆଫ୍ରିକଡ ପ୍ରଭୃତି ୨୨ ପ୍ରକାର ସୁସ୍ୱାଦୁ ଡ୍ରାଏଫୁଡ ଖାଦ୍ୟ ଦ୍ରବ୍ୟ ସହ ନାମୀ ଦାମୀ ବ୍ରାଣ୍ଡର ବିଦେଶୀ ଓ୍ବାଇନ ମିଶା ଯାଇଥିଲା l ଫର୍ମାସନ ପାଇଁ ଆଗାମୀ ଡ଼ିସେମ୍ବର ମାସ ପର୍ଯ୍ୟନ୍ତ ଏକ ବନ୍ଦ ପାତ୍ରରେ ରଖାଯାଇଥିଲା l ଉକ୍ତ ପ|ତ୍ରକୁ ଆଗାମୀ ଡ଼ିସେମ୍ବର ମାସରେ କେକ ପ୍ରସ୍ତୁତି କରାଯିବ ବୋଲି ବିଦେଶରୁ ଆସିଥିବା ଜଣେ ମହିଳା ପର୍ଯ୍ୟଟକ ପ୍ରକାଶ କରିଥିଲେ l ଏହି ଫେଷ୍ଟିଭାଲରେ ସ୍ୱସ୍ତି ଚିଲିକା ରିସୋର୍ଟର ଜେନେରାଲ ମ୍ୟାନେଜର ଦିଲୀପ କୁମାର ଦାଶ ଓ ଗୋପାଳପୁର ସମୁହର କୁଳରେ ଥିବା ସ୍ୱସ୍ତି ପାମର ମ୍ୟାନେଜର ପ୍ରତାପ କୁମାର ଜେନା ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଓଡିଶାକୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ବସ୍ତି ଗୃପ ପକ୍ଷରୁ ବର୍ଷର ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ।