Saturday, October 10, 2026
Home ଆଞ୍ଚଳିକ ହରିହର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ମେଳା ଅନୁଷ୍ଠିତ

ହରିହର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ମେଳା ଅନୁଷ୍ଠିତ

119

ଖଲ୍ଲିକୋଟ, ତା -୦୨/୧୧-ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ପଥରା ସ୍ଥିତ ହରିହର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋଷାକ, ଜୋତା, ମୋଜା ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେଶ୍ବର ବରାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପିଙ୍କି ବେହେରା ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ମୂଖ୍ୟ ବକ୍ତା ଭାବରେ ସି ଆର ସି ସି ତ୍ରିନାଥ ବେହେରା ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ତଥା ସାମ୍ବାଦିକ ଅଶୋକ କୁମାର ତ୍ରିପାଠୀ ,ପରିଚାଳନା କମିଟି ସଭାପତି କୈଳାସ ଚନ୍ଦ୍ର ଦଳେଇ ଓ ସମିତି ସଭ୍ୟା ଝାନସି ଜାଲି ଯୋଗ ଦେଇଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ କେଜିବିଭି ସୁପରିଟେଣ୍ଡେଣ୍ଟ ଶୈଳବାଳା ପରିଡା,ସୁଜ୍ଞାନ କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିପିନ ବିହାରୀ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ବରିଷ୍ଠ ଶିକ୍ଷକ ସୋମନାଥ ପାତ୍ର,ଶିକ୍ଷୟିତ୍ରୀ ମିନାକ୍ଷୀ ସାହୁ,ଇତିଶ୍ରୀ ଜେନା ସମେତ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ବରିଷ୍ଠ ଶିକ୍ଷକ ଧବଳେଶ୍ବର ମାଳି ସଭାକାର୍ଯ୍ୟ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ। ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଅତିଥି ମାନେ ନିଜ ବକ୍ତବ୍ୟରେ ସରକାରଙ୍କ ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗର ଫାଇଦା ନେବା ସହ ଭଲ ପାଠ ପଢିବା ପାଇଁ ଉପଦେଶ ଦେଇ ଥିଲେ। ଶେଷରେ ଉପସ୍ଥିତ ଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ, ଜୋତା ଓ ମୋଜା ପ୍ରଦାନ କରାଯାଇଥିଲା