ଆଞ୍ଚଳିକ ଲୋକକଳା ମହୋତ୍ସବ ଉଦଯାପିତ

25

କୋଟଗଡ଼, ୯/୧(ସୁରେଶ କୁମାର ପଣ୍ଡା) ; ବାଲିଗୁଡା କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଅଧିନସ୍ଥ କଇଁଝର ଯାତ୍ରା ପଡିଆରେ ବ୍ଳକ କଳାଓ ସଂସ୍କୃତି ସଂଘ ଓ ଭକ୍ତପ୍ରେମୀ ବାବା ସଂକୀର୍ଣ୍ଣନ ମଣ୍ଡଳୀର ମିଳିତ ଆନୁକୂଲ୍ୟରେ ପ୍ରଥମ ଆଞ୍ଚଳିକ ଲୋକକଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଅଙ୍ଗଦ କହଁର ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଦୁଗୁନି କହଁର ପୂର୍ବତନ ଜନଜାତି ଅଧ୍ୟକ୍ଷ ରୋଦନ କହଁର ଟିକାବାଲି ଜିଲ୍ଲାପରିଷଦ ପ୍ରଦୀପ ଦିଗାଳ ବିଡିଓ ଫକୀର ଚରଣ ପରିଡା ତହସିଲଦାର ଅଭିମନ୍ୟୁ ବେହେରା ସ୍ଥାନୀୟ ସରପଞ୍ଚ ରୁନିତା କହଁର ଜିଲ୍ଲା ଲୋକକଳା ସଂସ୍କୃତି ସଂଘର ସଭାପତି ଅକ୍ଷୟ କର୍ଣ୍ଣ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପାରମ୍ପରିକ ଲୋକନୃତ୍ଯ ବାଦ୍ୟର ତାଳେ ତାଳେ ଆମନ୍ତ୍ରିତ ଅତିଥିମାନଙ୍କୁ ପାଛୋଟି ଅଣାଯାଇଥିଲା ଏବଂ ଅଗ୍ରେପୂଜ୍ୟ ଗଣପତିଙ୍କୁ ପୂଜାର୍ଚନା କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ମଞ୍ଚାସିନ ଅତିଥି ଗଣ କନ୍ଧମାଳରେ କେମିତି ଲୋକ କଳା ଓ ସଂସ୍କୃତିର ପୂନଃଉଦ୍ଧାର ହେବାସହିତ ରାଜ୍ୟ ତଥା ରାଜ୍ୟ ବାହାରେ ନା କରିବ ବିଲୁପ୍ତ ପ୍ରାୟ ଭାଷା ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ କରାଯାଇ ପାରିବ ସେନେଇ ମତପ୍ରକାଶ ପାଇଥିଲା। କନ୍ଧମାଳର ସମସ୍ତ ବ୍ଳକ କଳାଓ ସଂସ୍କୃତି ସଂଘର କଳାକାର ନିଜର କଳାନୈପୁଣ ପ୍ରଦର୍ଶନ କରିଥିଲେ । ମୂଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଙ୍କ ଦ୍ବାରା ଛଅଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।ମଞ୍ଚ ଓ ଲୋକକଳା ଅଭିନେତା ତଥା ସଫଳ ସାମ୍ବାଦିକ ଭାବେ ପ୍ରମୋଦ କୁମାର ଦଣ୍ଡ ସେନା ସାହିତ୍ୟିକ ତଥା କଳାସଂଗଠକ ଭାବେ ଅକ୍ଷୟକୁମାର କର୍ଣ୍ଣ ସମାଜସେବୀ ଭାବେ ଦୁଗୁନି କହଁର ମଞ୍ଚ କଳାକାର ଭାବେ ସରୋଜ ସାହୁ ବିପିନ ବିହାରୀ ପାତ୍ର ଓ ଟିକାବାଲି ବ୍ଳକ ସୀମାଞ୍ଚଳ ମାଝୀଙ୍କୁ ସଂକୀର୍ଣ୍ଣନ ଗୁରୁ ଭାବେ ମାନପତ୍ର ଓ ଉପଢୈକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ କୁ ସଂସ୍କୃତି ସଂଘର ବ୍ଳକ ସଭାପତି ସୀମାଞ୍ଚଳ ମାଝୀ ସରୋଜ ସାହୁ ଖଜୁରୀପଡା ଅକ୍ଷୟ କୁମାର କର୍ଣ୍ଣ ଫିରିଙ୍ଗିଆ ତ୍ରିନାଥ ପଣ୍ଡାଙ୍କ ନୂଆଗାଁ ସତପଥି ପ୍ରଧାନ ଶ୍ରୀପତି ବେହେରା ସମେତ ସମସ୍ତ ଗ୍ରାମବାସୀ ସଫଳ ଆୟୋଜନ କରିଥିଲେ। ଆଗାମୀ ଦିନରେ ବାଲିଗୁଡା ଠାରେ ଜିଲ୍ଲା ସ୍ତରୀୟ ଲୋକକଳା ମହୋତ୍ସବ ଆୟୋଜନ ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯିବ ବୋଲି ସଂଘର ସଭାପତି ଅକ୍ଷୟ କର୍ଣ୍ଣ କହିଛନ୍ତି।