Home ଆଞ୍ଚଳିକ ୬ ମାସ ହେଲା ଦରମା ପାଇନାହାନ୍ତି ସମବାୟ ସମିତିର କର୍ମଚାରୀ (ଏଆରସିଏସ୍ ଓ କେସିସି...

୬ ମାସ ହେଲା ଦରମା ପାଇନାହାନ୍ତି ସମବାୟ ସମିତିର କର୍ମଚାରୀ (ଏଆରସିଏସ୍ ଓ କେସିସି ବ୍ୟାଙ୍କ୍ ଶାଖା ପରିଚାଳକ କଥା କଟାକଟି)

64


(ପେସି ହେଉଛନ୍ତି ଚାରୋଟି ସମବାୟ ସମିତିର କର୍ମଚାରୀ )

ରାୟଗଡ଼ା ,୧/୧୧ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲାର ମୁନିଗୁଡା ଏବଂ ଅମ୍ବାଦଳା,ବିଷମକଟକ ଓ ଚନ୍ଦ୍ରପୁର ବ୍ଲକର ସମବାୟ ସମିତିର କର୍ମଚାରୀ ମାନେ ପ୍ରାୟ ୬ ମାସ ହେଲା ଦରମା ପାଇନଥିବା ନେଇ ଅଭିଯୋଗ ହେଉଛି l ଯାହାକୁ ନେଇ ଏବେ ଚାରୋଟି ସମବାୟ ସମିତିର କର୍ମଚାରୀ ମାନେ ଅସୁନ୍ତଷ୍ଟ ପ୍ରକାଶ କରିଛନ୍ତି lଗୁଣୁପୁର ଏଆରସିଏସ ଓ ମୁନିଗୁଡା କେସିସି ବ୍ୟାଙ୍କ୍ ଶାଖା ପରିଚାଳକ ମନୋମୁଖୀ ଓ କଥା କଟାକଟି ଯୋଗୁଁ ପେସି ହେଉଛନ୍ତି ଚାରୋଟି ସମବାୟ ସମିତିର କର୍ମଚାରୀ ମାନେ l ପ୍ରାୟ ୬ ମାସ ଧରି ଦରମା ମିଳିନଥିବାରୁ ଚାରୋଟି ସମବାୟ ସମିତିର ସଭାପତି ମାନେ ଦରମା ଦେବା ପାଇଁ ଲେମ୍ପସ ଏମ୍‌ଡି ମାନଙ୍କୁ ଅନୁମୋଦନ ପତ୍ର ଦିଆଯାଇଥିବା ପରେ ମଧ୍ୟ ଏହାକୁ ଅଗ୍ରାହ୍ୟ କରି ଏଆରସିଏସ୍ ଅନୁମୋଦନ ବିନା ଦରମା ଦିଆଯିବ ନାହିଁ ବୋଲି ସିଧା ସଳଖ ଏମ୍ ଡି ମାନଙ୍କୁ କହିଛନ୍ତି । ତେବେ ଏହାକୁ ନେଇ ଆମ ପ୍ରତିନିଧି ଏଆର୍ ସିଏସ୍ ଥିଅଫିଲ ଶବରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ସମବାୟ ସମିତିର ସଭାପତି ହିଁ ସର୍ବେ ସର୍ବା ଏଥିରେ ଆମର କୈାଣସି ଅନୁମୋଦନ ଦେବାର ଆବଶ୍ୟକ ନାହିଁ ବୋଲି କହିଛନ୍ତି । ଅନ୍ୟପଟେ ଏ ସମ୍ପର୍କରେ ମୁନିଗୁଡା କେସିସି ବ୍ୟାଙ୍କ୍ ଶାଖା ପରିଚାଳକ ଦାଶରଥି ପାଢ଼ୀଙ୍କୁ ଯୋଗାଯୋଗ କରିବାରୁ ସେ ଏହାକୁ ଅତି ହାଲୁକା ଭାବେ ଗ୍ରହଣ କରି ରାୟଗଡ଼ା ଜିଲ୍ଲାପାଳ,ଗୁଣୁପୁର ଏଆର୍ସିଏସ୍ ଓ ରାୟଗଡ଼ା ଡିଆର ସିଏସ୍ କହିଲେ ମଧ୍ୟ ମୁଁ ଦରମା କରିବି ନାହିଁ ବୋଲି ରୋକଠୋକ କହିଛନ୍ତି। ତେବେ କାହିଁକି ସେ ଏପରି କହିଛନ୍ତି ତାହା ଏବେ ତଦନ୍ତ ସାପକ୍ଷ l ତେବେ ଗୁଣୁପୁର ଏଆର୍ ସିଏସ୍ ଓ ମୁନିଗୁଡା କେସିସି ଶାଖା ପରିଚାଳକ ଏହି ଦୁଇ ଜଣଙ୍କ ନିଜ ନିଜ ଜିଦରେ ଅଟଳ ଯୋଗୁଁ କର୍ମଚାରୀ ମାନେ କାହିଁକି ଅସୁବିଧାର ସମ୍ମୁଖୀନ ହେବେ ବୋଲି ବୁଦ୍ଧିଜୀବୀ ମୋହଳରେ ଚର୍ଚ୍ଚା ଜୋର ଧରିଛି l ଅନ୍ୟପଟେ କିନ୍ତୁ ସମବାୟ କର୍ମଚାରୀମାନଙ୍କ ଦରମା ପ୍ରାୟ ୬ ମାସ ଧରି ବନ୍ଦ ଥିବାରୁ ବହୁତ ଦୁଃଖ କଷ୍ଟରେ ରହିଛନ୍ତି କେଉଁ କର୍ମଚାରୀଙ୍କ ପରିବାରର ଲୋକେ ଦେହ ଅସୁସ୍ଥ ଯୋଗୁଁ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ତ ଆଉ କେଉଁ କିଛି କର୍ମଚାରୀ ମାନଙ୍କ ପରିବାର ଲୋକେ କଟକ ମେଡିକାଲ ରେ ମଧ୍ୟ ଚିକିତ୍ସା ହୋଇଥିବା ଖବର ମଧ୍ୟ ଆସୁଛି ଏଭଳି ପରିସ୍ଥିତିରେ ନିଜ ପରିବାରରେ କିପରି ଚଲୁଥିବେ ତାହା ସହଜେ ଅନୁମେୟ କରାଯାଇ ପାରିବ l ଆଗାମୀ ଦିନରେ ଏମାନଙ୍କ ପରିବାରରେ କିଛି ଅଘଟଣ ନଘଟିବ ବୋଲି କିଛି ମାନ ନାହିଁ l ଯଦି କେଉଁ ଅଘଟଣ ଘଟେ ତେବେ ଉପରିସ୍ଥ ଅଧିକାରୀ ମେନେ ହିଁ ଦାୟୀ ରହିବେ ବୋଲି କର୍ମଚାରୀ ମାନେ ପ୍ରକାଶ କରିଛନ୍ତି l ପ୍ରକାଶ ଥାଉକି ଯେ ମୁନିଗୁଡା ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ‌ହେଇଥିବା ବେଳେ ମୁନିଗୁଡା କେସିସି ଶାଖା ପରିଚାଳକଙ୍କ ମନମୁଖୀ ଶାସନରେ ଅସନ୍ତୁଷ୍ଟ ହୋଇ କିଛି ବ୍ୟବସାୟୀ ମାନେ ବ୍ୟାଙ୍କରେ ଖୋଲିଥିବା ଆକାଉଣ୍ଟ ମଧ୍ୟ ବନ୍ଦ କରିବା ପାଇଁ ବାଧ୍ୟ ହେଉଛନ୍ତି। ଏଥିସହ ଗ୍ରାହକ ମାନେ ଉଠାଣ ପାଇଁ ବ୍ୟାଙ୍କକୁ ଗଲେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଲେ ମଧ୍ୟ ଟଙ୍କା ପାଇ ପାରୁନାହାଁନ୍ତି ବୋଲି କିଛି ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି। ତେବେ ଶୀଘ୍ର ଏହି ସବୁ ସମସ୍ୟା ଗୁଡିକର ସମାଧାନ ନକରିଲେ ଆଗାମୀ ଦିନରେ ବ୍ୟାଙ୍କର ବ୍ୟବସାୟ ଉପରେ ନିଶ୍ଚିତ ଭାବେ ପ୍ରଭାବ ପଡିବା ବୋଲି ବ୍ୟବସାୟୀ ମାନେ ଆଲୋଚନା କରୁଛନ୍ତି l