କ୍ଲିନ୍ ଇଣ୍ଡିଆ ୨.୦ ର ଉଦ୍‌ଯାପନୀ ସମାରୋହରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଅଧ୍ୟକ୍ଷତା

62

ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ କିଲୋଗ୍ରାମରୁ ଅଧିକ ଅଳିଆ ସଂଗ୍ରହ କରାଯାଇଛି: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ଜିଲ୍ଳା ଖବର ବ୍ୟୁରୋ : ସାରା ଦେଶରେ ୩୧ ଅକ୍ଟୋବର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ବାର୍ଷିକୀକୁ ‘ରାଷ୍ଟୀୟ ଏକତା ଦିବସ’ ଭାବେ ପାଳନ କରାଯାଉଥିବା ବେଳେ ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଆଇଆଇଏସ୍‌ଇଆର୍‌ରେ ପହଂଚିଥିଲେ । ଏହି ଅବସରରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏହି କ୍ୟାମ୍ପସରୁ ‘ଏକତା ପାଇଁ ଦୌଡ’ (ରନ୍ ଫର୍ ୟୁନିଟି) କାର୍ଯ୍ୟକ୍ରମକୁ ପତାକା ଦେଖାଇ ଆରମ୍ଭ କରିବା ସହିତ ‘କ୍ଲିନ୍ ଇଣ୍ଡିଆ ୨.୦’ କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ ଅଧ୍ୟକ୍ଷତା କରିଥିଲେ ।

ଜାତୀୟ ସ୍ତରର ଉଦ୍‌ଯାପନୀ ସମାରୋହ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଫଟୋକୁ ପୁଷ୍ପମାଲ୍ୟ ଅର୍ପଣ କରି ଆରମ୍ଭ କରା ଯାଇଥିଲା । ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର କହିଥିଲେ ଯେ, ଦେଶର ଏକତା ତଥା ଅଖଣ୍ଡତା ପାଇଁ ସର୍ଦ୍ଦାର ପଟେଲଙ୍କ ଅବଦାନ ପ୍ରେରଣା ଯୋଗାଇବ । ସେ କହିଥିଲେ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣା ଯୋଗୁଁ ଦେଶର ୭୫ ହଜାରରୁ ଅଧିକ ସ୍ଥାନରେ ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ ଚାଲିଛି ଯେଉଁଥିରେ ଦେଶର ବିଭିନ୍ନ ସ୍ଥାନରୁ ଯୁବକମାନେ ଅଧିକରୁ ଅଧିକ ପରିମାଣରେ ଅଂଶଗ୍ରହଣ କରିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ଏଥର ସ୍ୱଚ୍ଛତା ଅଭିଯାନରେ ମଧ୍ୟ ଦେଶର ଯୁବକମାନଙ୍କ ଭାଗୀଦାରୀତା ଅଧିକ ରହିଛି । ନେହେରୁ ଯୁବ କେନ୍ଦ୍ର ଏବଂ ରାଷ୍ଟ୍ରୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନେ ଏକାଠି ହୋଇ ସ୍ୱଚ୍ଛତା କ୍ଷେତ୍ରରେ ଅମୂଲ୍ୟ ଇତିହାସ ସୃଷ୍ଟି କରିଛନ୍ତି । ସେ କହିଥିଲେ ଯେ, “ଗାନ୍ଧୀ ଜୟନ୍ତୀ ଏବଂ ରାଷ୍ଟ୍ରୀୟ ଏକତା ଦିବସ ମଧ୍ୟରେ ୧୦୦ କେଜି ଅଳିଆ ସଂଗ୍ରହ କରିବା ଆମର ଲକ୍ଷ୍ୟ ଥିଲା । ଆମେ ମାତ୍ର ୧୯ ଦିନରେ ଏହି ମହତ୍ ଲକ୍ଷ୍ୟକୁ ହାସଲ କରିଛୁ । ଏପର୍ଯ୍ୟନ୍ତ ସମୁଦାୟ ୨, ୦୮,୮୩,୭୦୪ କେଜି ଅଳିଆ ସଂଗ୍ରହ କରା ଯାଇଛି । ” ସେ ଏହା ମଧ୍ୟ କହିଥିଲେ ଯେ ଏହି ସଂଗୃହୀତ ବର୍ଜ୍ୟବସ୍ତୁ ମଧ୍ୟରୁ ୨,୦୪,୮୪,୧୭୬ କେଜି ବର୍ଜ୍ୟ ବସ୍ତୁ ଏପର୍ଯ୍ୟନ୍ତ ଉପଯୁକ୍ତ ଭାବରେ ନଷ୍ଟ କରା ଯାଇଛି ।

ଦେଶକୁ ସୁଦୃଢ଼ ତଥା ଆତ୍ମନିର୍ଭରଶୀଳ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବିଚାରଧାରା ଆଧାରରେ ଦେଶର ଯୁବକମାନେ ଆଗକୁ ବଢ଼ୁଛନ୍ତି । ଏହି ଅବସରରେ, ମାନ୍ୟବର ମନ୍ତ୍ରୀ ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମକୁ ପତାକା ଦେଖାଇ ଆରମ୍ଭ କରିଥିଲେ, ଯେଉଁଠାରେ ପାଖାପାଖି ୧୨୦୦ ଜଣ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ ।

କ୍ଲିନ୍ ଇଣ୍ଡିଆ ୨.୦କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହ ଅବସରରେ ଏସଏଏସ୍ ନଗରର ଡେପୁଟି କମିଶନର ଶ୍ରୀ ଅମିତ ତାଲୱାର, ଆଇଏସଆର୍‌ର ନିର୍ଦ୍ଦେଶକ ଶ୍ରୀ ଜେ. ଗୌରିଶଙ୍କର , ଆଇଏସଆର୍‌ର ରେଜିଷ୍ଟ୍ରାର ଶ୍ରୀ ପ୍ରଦୀପ ସିଂ , ଏନ୍‌ଏସ୍‌ଏସ୍ ଆରଡି ଶ୍ରୀମତୀ ହରିନ୍ଦର କାଉର, ଏନ୍‌ୱାଇକେଏସ୍ ପଞ୍ଜାବ ଏବଂ ଚଣ୍ଡିଗଡ଼ ଶାଖାର ନିର୍ଦ୍ଦେଶକ ଶ୍ରୀ ସୁରିନ୍ଦର ସାଇନି, ଏନ୍‌ୱାଇକେଏସ୍ ହରିୟାଣା ଶାଖାର ନିର୍ଦ୍ଦେଶିକା ଶ୍ରୀମତୀ ମଧୁ ଚୌଧରୀ ମଧ୍ୟ ଉପସ୍ଥିତ ଥିଲେ ।