Saturday, November 14, 2026
Home ଆଞ୍ଚଳିକ ଗୁରାପଲୀ ଟୋଲଗେଟ ନିକଟରେ ରାଜସ୍ବ ବିଭାଗ ଦ୍ବାରା ଚଢ଼ାଉ କରି ତିନୋଟି ବେଆଇନ ବାଲି ବୋଝେଇ...

ଗୁରାପଲୀ ଟୋଲଗେଟ ନିକଟରେ ରାଜସ୍ବ ବିଭାଗ ଦ୍ବାରା ଚଢ଼ାଉ କରି ତିନୋଟି ବେଆଇନ ବାଲି ବୋଝେଇ ଟ୍ରକ ଜବତ

49

ଖଲ୍ଲିକୋଟ,୩୧/୧୦(ଜିଲ୍ଲା ଖବର) :୧୬ନମ୍ବର ଜାତୀୟ ରାଜପଥରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁରାପଲୀ ଟୋଲଗେଟ ନିକଟରେ ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ କରି ତିନୋଟି ବେଆଇନ ବାଲି ବୋଝେଇ ଟ୍ରକକୁ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲାରୁ ଆନ୍ଦ୍ର ପ୍ରଦେଶ ଚାଲାଣ ହେଉଥିବା ଏହି ବାଲି ବୋଝେଇ ଟ୍ରକକୁ ଖଲ୍ଲିକୋଟ ତହସିଲଦାର ରାଜ କିଶୋର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ବ ସୁପର ଭାଇଜର ତ୍ରିଲୋଚନ ବିଶ୍ବାଳ,ଭେଜିପୁଟ ରାଜସ୍ବ ନିରୀକ୍ଷକ ରମେଶ ଚନ୍ଦ୍ର ଜେନା, ଖୋଜାପଲୀ ରାଜସ୍ବ ନିରୀକ୍ଷକ ବି ଉଦୟ ଯାଦବ ଓ ଖଲ୍ଲିକୋଟ ରାଜସ୍ବ ନିରିକ୍ଷକ ମୀନକେତନ ଶବର ସମେତ ଅନ୍ୟାନ୍ୟ କର୍ମଚାରୀ ଜବତ କରି ଅଟକ ରଖିଛନ୍ତି। ଉକ୍ତ ତିନୋଟି ଟ୍ରକକୁ ଭେଜିପୁଟ ଫାଣ୍ଡି ନିକଟରେ ଅଟକ ରଖି ରାଜସ୍ୱ ବିଭାଗ ଅଧିକ ତଦନ୍ତ ଚଳାଇଛି ।