
ପାରଳାଖେମୁଣ୍ଡି, ୯/୧(ପ୍ରଭାତ କୁମାର ପାତ୍ର ) ; ଗଜପତି ଉତ୍ସବ -୨୦୧୯ କୁ ଶତପ୍ରତିଶତ ସଫଳ କରିବା ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଉତ୍ସବ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଆସନ୍ତା କାଲି ସନ୍ଧ୍ୟା ୬ଘଣ୍ଟା ସମୟରେ ଗଜପତି ଉତ୍ସବ ୨୦୧୯ ଅନୁଷ୍ଠାନକ ଭାବେ ଶୁଭ ଆରମ୍ଭ ହେବ। ଏହି ୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ସମସ୍ତ ପ୍ରସ୍ତୁତ ଶେଷ ହୋଇଯାଇଛି। ଆସନ୍ତା କାଲି ମଧ୍ୟାହ୍ନ ୩ ଘଣ୍ଟା ସମୟରେ ଜଗନ୍ନାଥ ମନ୍ଦିର ପରିସରରୁ ଗଜପତି ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ଗଜପତି ଉତ୍ସବ ପାଇଁ ଆସିଥିବା ମଶାଲ ଜ୍ୟୋତିକୁ ଷ୍ଟାଡିୟମ ନିଆଯିବ। ଏହି ଶୋଭାଯାତ୍ରାରେ ଗଜପତି ଜିଲ୍ଲାର ୭ ଗୋଟି ବ୍ଲକର ଆଦିବାସୀ ଓ ବିଭିନ୍ନ କଳା ସଂସ୍କୃତି କାର୍ଯ୍ୟକ୍ରମ କରାଯିବ ବୋଲି କହିଥିଲେ।

ଏହି ଉତ୍ସବରେ ପଦ୍ମଶ୍ରୀ ଯଶପାଲ ସିଂ ଲୋକ ପ୍ରିୟ ରଙ୍ଗବତୀ ଗୀତ ପରିବେଷଣ କରିବେ। ଜିଲ୍ଲା, ରାଜ୍ୟ ଓ ଅନ୍ୟରାଜ୍ୟରୁ ବହୁ କଳାକାର ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଓଡ଼ିଶା ବାହାରୁ ୮ ଗୋଟି, ଓଡ଼ିଶାର ବିଭିନ୍ନ ଜିଲ୍ଲାର କଳାକାର ମାନେ ଯୋଗଦେବା ପାଇଁ ସ୍ତର କରାଯାଇଛି। ଉତ୍ସବ ପ୍ରଥମ ୩ ଦିନ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଭୁବେନଶ୍ବର ସାଗର ଞାନାନନ୍ଦ ଓ ତାଙ୍କ ଟିମ କାର୍ଯ୍ୟକ୍ରମକୁ ପରିଚାଳନା କରିବାକୁ ଥିବାବେଳେ ୪ଓ୫ ମ ଦିନ ବ୍ରହ୍ମପୁର ଦୁଇ ଜଣ କାର୍ଯ୍ୟକ୍ରମକୁ ପରିଚାଳନା କରିବେ। ସେହିପରି ବିଭିନ୍ନ ପ୍ରଦର୍ଶନୀ ନିମନ୍ତେ ୨୩୦ ଗୋଟି ଷ୍ଟାଲ ଖୋଲାଯାଇଥିବା ବେଳେ ସେଥି ମଧ୍ୟରୁ ୧୦୦ଗୋଟି ପଲ୍କିଶ୍ରୀମେଳା ପାଇଁ ଖୋଲା ହୋଇଛି। ଗଜପତି ଉତ୍ସବ ସଭା ନିର୍ବାଚନ ମଣ୍ଡପକୁ ପାରଳାଖେମୁଣ୍ଡି ରାଜ ପ୍ରସାଦ ଏକ ଅବିକଳ ନକଲ ଭାବେ ଅତି ସୁନ୍ଦର ଭାବେ ଗଢ଼ି ଦିଆଯାଇଛି। ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଞାନରଂଜନ ଭଂଜଦେବ, ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ, ପିଏ. ଆଇ. ଟି. ଡି. ଏ ସୋରଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।



