
ବେଲଗୁଣ୍ଠା୩୧/୧୦(ଜିଲ୍ଲା ଖବର) : ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ ରୂପେ ବେଲଗୁଣ୍ଠା 9ନଂ ଯ଼ୋନ ରୁ ସୁମନ୍ତ କୁମାର ବିଷୋୟୀ ନିକଟତମ ପ୍ରତିଦ୍ବନ୍ଦୀ କେ. କ୍ରିଷ୍ଣାମୃର୍ତ୍ତୀ ପାତ୍ର ଙ୍କୁ 18 ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି l ବେଲଗୁଣ୍ଠା ବ୍ଲକ ରୁ 205 ଜଣ ଭୋଟରଙ୍କ ମଧ୍ୟରୁ ସୁମନ୍ତ ଙ୍କୁ 109 ଜଣ ଓ କେ.କ୍ରିଷ୍ଣାମୃର୍ତ୍ତୀ ଙ୍କୁ 91ନିର୍ଦେଶକ ଭୋଟ ଦେଇଥିବା ବେଳେ 5ଟି ଭୋଟ ନାକଜ ହୋଇଥିଲା ।ବେଲଗୁଣ୍ଠା ବ୍ଲକ ର ଏହି ଆସନ ସବୁବେଳେ ଅଣ ବିଜେଡ଼ି ଦଖଲ ରେ ଏହିଆସିଥିଲା, ପ୍ରଥମ ଥର ବିଜେଡ଼ି ଦଖଲ ଆସିବାରୁ ବିଜେଡ଼ି ଶିବିରରେ ଖୁସିର ଲହରୀ ଦେଖିବାକୁ ମିଳିଛି l ସୁମନ୍ତ ବିଜୟ ର ମଙ୍ଗ ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକ ହାତକୁ ନେଇ ଗୋଟି ଚାଳନା କରିଥିଲେ l ଉଭୟ ବିଜେଡ଼ି ଓ ବିଜେପି ପାଇଁ ଏହି ଆସନ ସମ୍ନାନ ପଶ୍ନ ଥିଲା l ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ନେତୃତ୍ୱ ରେ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ଦୁଇଟି ଆସନ ହାତ
କୁ ଆସିବାରୁ ଅଧକ୍ଷ ପଦ ସୋରଡ଼ା ନିର୍ବାଚନ ମଣ୍ଡଳୀ କୁ ଯିବାନେଇ ସାଧାରଣ ରେ ଆଲୋଚନା ହେଉଛି l ବିଧାୟକଙ୍କ ନିର୍ଦ୍ଧେଶ କ୍ରମେ ଆଜିର ମତଦାନ ପାଇଁ ବ୍ଲକ ବିଜେଡ଼ି ସଭାପତି ଏସ. ରାମେଶ୍ୱର ପାତ୍ର, ଅଧକ୍ଷ ପ୍ରଶାନ୍ତ ନାୟକ, ସାଂସଦ ପ୍ରତିନିଧି ସନ୍ତୋଷ ସ୍ୱାଇଁ ସମେତ ବ୍ଲକ ର ସମସ୍ତ ବିଜେଡ଼ି ପ୍ରତିନିଧି ଉପସ୍ଥିତ ରହି ସୁମନ୍ତ ଙ୍କୁ ବିଜୟୀ କରାଇଥିଲେ l




