ଅଙ୍ଗନବାଡି କର୍ମୀଙ୍କୁ ସୁରକ୍ଷା ଯୋଗାଇବା ନେଇ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

27

କୋରାପୁଟ,୩୦/୧୦(ଜିଲ୍ଲା ଖବର) : କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ସୁରକ୍ଷା ଯୋଗାଇବା ନେଇ ଅଲ ଓଡିଶା ଅଙ୍ଗନବାଡି ଲେଡିସ ଓାକରସଆସୋସିଏସନ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଗତ ସେପ୍ଟେମ୍ବର ମାସ ୨୬ ତାରିଖରେ ସେମିଳିଗୁଡା ବ୍ଲକ ଫୁଲଡବା ଗ୍ରାମର ଅଙ୍ଗନବାଡି କର୍ମୀ ଆଲାଦିନ ଖିଲଙ୍କୁ ସେହି ଗାଁର ସୁଶାନ୍ତ ଚପାଡି ମାଡ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ବର୍ତମାନ ସେ ତାଙ୍କୁ ମାରିଦେବାକୁ ଧମକ ଦେଉଛନ୍ତି । ସେ ଜଣେ ବିଧବା ସ୍ତ୍ରୀ ଲୋକ ନିଜର ନାବାଳକ ଶିଶୁ ସହିତ ଡରଭୟରେ ଜୀବନ ଯାପନ କରୁଛନ୍ତି । ଏ ସଂକ୍ରାନ୍ତରେ ଥାନାରେ କେସ ଫାଇଲ ହୋଇଥିଲା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେଣୁ ଅଙ୍ଗନବାଡି କର୍ମୀ ଆଲାଦିନ ଖିଲଙ୍କୁ କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ଏବଂ ସୁଶାନ୍ତ ଚପାଡିଙ୍କୁ ଆଇନ ଅନୁଯାୟୀ ଦଣ୍ଡ ବିଧାନ ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ସୁରକ୍ଷା ଯୋଗାଇବା ସଂଘ ତରଫରୁ ଜିଲ୍ଲାପାଳ, ଜିଲ୍ଲା ପୋଲିସ ଆରକ୍ଷୀ , ଉପଜିଲ୍ଲାପାଳ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି , ଜିଲ୍ଲାପାଳଙ୍କ ଅନୁଉପସ୍ଥିତ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା କୋରାପୁଟ ଜିଲ୍ଲା ଅଙ୍ଗନବାଡି କର୍ମୀ ସଙ୍ଘ ର ସଭାପତି ସଂଯୁକ୍ତା ସାହୁ କହିଛନ୍ତି । ଯଦି ଅନ୍ୟ କୌଣସି ଅଙ୍ଗନବାଡି କେନ୍ଦ୍ରରେ ଏଭଳି ପରିସ୍ଥିତି ଉପୁଜେ ସମସ୍ତ ଅଙ୍ଗନବାଡି କର୍ମୀ କାର୍ଯ୍ୟ ବନ୍ଦ କରି ରାଜରାସ୍ତାକୁ ଓହ୍ଲାଇବାପାଇଁ ବାଧ୍ୟ ହେବ ବୋଲି ସେ କହିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ସଂଘର କୋରାପୁଟ ଜିଲ୍ଲା ସଂମ୍ପାଦକ ଲକ୍ଷ୍ମୀ ହୋତା , ସମେତ ସଙ୍ଘ କର୍ମକର୍ତ୍ତା ଉପସ୍ଥିତ ଥିଲେ ।