ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ନୀତି ଆୟୋଗ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଆନୁକୁଲ୍ୟ ରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର ପୁରସ୍କାର ବିତରଣ

48

ବଲାଙ୍ଗିର ୨୯ /୧୦(ଜିଲ୍ଲା ଖବର) : ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟ।ଲୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଆକାଙ୍ଖୀ ଜିଲ୍ଲା ବଲାଙ୍ଗିର ନିମନ୍ତେ ନୀତି ଆୟୋଗ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଆନୁକୁଲ୍ୟ ରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ମହେନ୍ଦ୍ର କୁମାର ମହାପାତ୍ର ଉପସ୍ଥିତ ଥିଲେ । ଜିଲ୍ଲା ର ଅଷ୍ଟମ ରୁ ଦ୍ଵାଦଶ ଶ୍ରେଣୀ ର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ରେ ଓଡିଶା ଆଦର୍ଶ ବିଦ୍ୟାଳୟ ଭଇଁଷା ର ଅଧ୍ୟୟନ କଶ୍ୟପ ପ୍ରଥମ , ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଟିଟିଲାଗଡ ର ଯଶୋବର୍ଦ୍ଧନ ମାହାକୁଡ ଦ୍ଵିତୀୟ ଓ ସୂର୍ଯକଲ୍ୟାଣ ବାଳିକା ଉଚ୍ଚ ବିଦ୍ୟାଳୟ ଆଗଲପୁର ର କ୍ରୀଷ୍ଣା ଅଦାବାଙ୍କ ତୃତୀୟ , ଅଷ୍ଟମ ରୁ ଦ୍ଵାଦଶ ଶ୍ରେଣୀ ର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ରେ ଓଡିଶା ଆଦର୍ଶ ବିଦ୍ୟାଳୟ ଝରଣୀ ର ଅଭିଷେକ ମେହେର ପ୍ରଥମ , ଓଡିଶା ଆଦର୍ଶ ବିଦ୍ୟାଳୟ ମୁରିବାହାଲ ର ଦେବଯାନୀ ସେଠ ଦ୍ଵିତୀୟ ଓ ଧୃବ ଆନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁତୁର୍ଲା ର ଆନନ୍ଦ ରଣା ତୃତୀୟ, ଜିଲ୍ଲା ର ଅଷ୍ଟମ ରୁ ଦ୍ଵାଦଶ ଶ୍ରେଣୀ ର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ରେ ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଆୟୁଷୀ ନନ୍ଦ ପ୍ରଥମ , ଏସ ॰ ଏ ॰ ଆଇ॰ ଇ॰ ସି ॰ ପାଟଣାଗଡ ର ସୁଜଲ କୁମାର ପଣ୍ଡା ଦ୍ଵିତୀୟ ଏବଂ ଓମ ଭେଲି ବିଦ୍ୟାଳୟ ଟିଟିଲାଗଡ ର ଅମ୍ରିତା ଶତପଥି ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲାପାଳ ଙ୍କ ଠାରୁ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଥିଲେ । ସେହିପରି ଜିଲ୍ଲାର ସରକାରୀ ଅଧିକାରୀ ଓ କର୍ମଚାରୀ ଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରବନ୍ଧ ଲିଖନ ପ୍ରାତିଯୋଗିତା ରେ ତହସିଲଦାର ବଲାଙ୍ଗିର ଡ଼ ପୁଷ୍ପାଞ୍ଜଳି ପଣ୍ଡା ପ୍ରଥମ , ବିଡିଓ ବଲାଙ୍ଗିର ପ୍ରୀତମ କୁମାର ତନ୍ତୀ ଦ୍ଵିତୀୟ ଓ ନିର୍ବାହୀ ଅଧିକାରୀ ତୁଷୁରା ଏନଏସି ଲକ୍ଷ୍ମଣ କୁମାର ମୁର୍ମୁ ଏବଂ ତହସିଲ କାର୍ଯ୍ୟ।ଲୟ ତୁଷୁରା ର ବରିଷ୍ଠ ରାଜସ୍ୱ ସହାୟକ ରଶ୍ମିସୀମା ଦଣ୍ଡସେନା ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲାପାଳ ଙ୍କ ଠାରୁ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଡେପୁଟି କଲେକ୍ଟର ସୋନିଆଶ୍ରୀ ମଲ୍ଲିକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଆକାଙ୍ଖୀ ଜିଲ୍ଲା ବଲାଙ୍ଗିର ନୋଡାଲ ଅଫିସର ଦିଲୀପ କୁମାର ମାଝି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ,ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ଙ୍କ ସମେତ କୃତୀ ପ୍ରତିଯୋଗୀ ମାନଙ୍କ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।