ଫୁଲବାଣୀ ସାମ୍ବାଦିକ ଭବନ ମଧ୍ୟରେ , ଭାରତୀୟ ପେଶାଦାର ସାମ୍ବାଦିକ ମହସଂଘ ର ପ୍ରତିଷ୍ଠା ଦିବସ ପାଳନ

16

ଫୁଲବାଣୀ୨୮/୧୦(ଜିଲ୍ଲା ଖବର) : କଦ୍ଧମାଳ ଜିଲ୍ଲାର ପେଶାଦାର ସାମ୍ବାଦିକ ସଂଘ ର ସଭାପତି ଡଃ ଅରୁପ ଜେନା ପ୍ରତିଷ୍ଠା ଦିବସରେ ସଭାପତିତ୍ୱ କରିଥିଲେ ।ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ପୂର୍ବତନ ସମାଜ ଖବର କାଗଜର ପ୍ରତିନିଧି ଶ୍ରୀ ମହାଦେବ ସାହୁ ଯୋଗଦେଇଥିଲେ ।ଅନ୍ୟତମ ଅତିଥି ବରିଷ୍ଠ ଆଇନଜୀବୀ ରବିନ୍ଦ୍ର ନାଥ ମିଶ୍ର , ମୁଖ୍ୟ ବକ୍ତା ଭାବରେ ଫିରିଙ୍ଗିଆ କଲେଜ ର ଅଧ୍ୟାପକ ଶ୍ରୀ ସୁଜିତ କୁମାର ପଣ୍ଡା ଯୋଗଦେଇ ସାମ୍ବାଦିକତାର ମହତ୍ୱ ଉପରେ ସାମ୍ବାଦିକ ମାନଙ୍କ ର ଦାୟୁତ ବିଷୟରେ ବକ୍ତବ୍ୟ ରଖିଥିଲେ ।ବହୁ ବରିଷ୍ଠ ଓ ସଚେତନ ନାଗରିକ ଶ୍ରୀ ବିଷ୍ଣୁ ମିଶ୍ର ,ନବିନା କିଶୋର ପଣ୍ଡା ,ବ୍ରଜ ପଟ୍ଟନାୟକ ,ବିଜୟ ମହାନ୍ତି , ସଂଘ ର ଉପ ସଭାପତି ସୁନିଲ ପଟ୍ଟନାୟକ ,ସାମ୍ବାଦିକ ସନ୍ତୋଷ, ଦିଗାଲ ,ଆଇନଜୀବି ବିଜୟ ମହାନ୍ତି ରାଜୁ ପାଢୀ , ପ୍ରମୂଖ ନିଜନିଜର ବ୍ୟକ୍ତବ୍ୟ ରଖିଥିଲେ ।ପେଶାଦାର ସାମ୍ବାଦିକ ସଂଘ ର ସମ୍ଫାଦକ ଅଶୋକ ପରିଡା ସଭା କୁ ପରିଚାଳନା କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ନାରାୟଣ ସାହୁ ।ପ୍ରଶାନ୍ତ ବେହେରା , ଜୟସେନ ପରିଡା , ବରିଷ୍ଠ ନାଗରିକ ପିତାମ୍ବର ମିଶ୍ର , ନବକିଶୋର ରଥ ,,ଜାକିର ଖାନା ,ଏବଂ ବହୁବରିଷ୍ଠ ନାଗରିକ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ ।। ସାମ୍ବାଦିକ ସଂଘ ର ସମ୍ଫାଦକ ଶ୍ରୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।