Saturday, November 14, 2026
Home ଆଞ୍ଚଳିକ ପଞ୍ଚୁ ପାଣ୍ଡଵଙ୍କ ଦଣ୍ଡ ପଦଯାତ୍ରାକୁ ସମର୍ଥନରେ ସାନଖେମୁଣ୍ଡି ଡ୍ରାଇଭର ସଙ୍ଘ

ପଞ୍ଚୁ ପାଣ୍ଡଵଙ୍କ ଦଣ୍ଡ ପଦଯାତ୍ରାକୁ ସମର୍ଥନରେ ସାନଖେମୁଣ୍ଡି ଡ୍ରାଇଭର ସଙ୍ଘ

41

ସାନଖେମୁଣ୍ଡି,୨୮/୧୦/୨୨ରାଜ୍ୟ ଡ୍ରାଇଭର ମହାସଂଘର ପଞ୍ଚୁପାଣ୍ଡବ ଗତ ୧୮ ତାରିଖରେ ମାଁ ସମଲେଶ୍ବରୀଙ୍କ ଠାରୁ ପୂଜାର୍ଚ୍ଚନା କରି ଦଣ୍ଡ ପଦଯାତ୍ରା ଆରମ୍ଭ କରିଥିଲେ। ରାଜ୍ୟର ସମସ୍ତ ବ୍ଲକରେ ୧୧ ଦଫା ଦାବି ପୂରଣ ନେଇ ନିଆରା ପ୍ରତିବାଦ ଦେଖିବାକୁ ମିଳୁଛି l ଡ୍ରାଇଭର ମାନଙ୍କ ଭତ୍ତା, ବୀମା, ସୁରକ୍ଷାକୁ ଆଖି ଆଗରେ ରଖି ସେମାନେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିବା ପ୍ରକାଶ କରିଛନ୍ତି । ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ୧୧ ଦଫା ଦାବି ପୂରଣ ନେଇ ଚାଲିଥିବା ଦଣ୍ଡ ପ୍ରଣାମ ପଦଯାତ୍ରାକୁ ସ୍ୱାଗତ ଜଣାଇ ଆଜି ସାନଖେମୁଣ୍ଡି ବ୍ଲକର ଡ୍ରାଇଭର ସଙ୍ଘ ପକ୍ଷରୁ ଦଣ୍ଡ ପଦଯାତ୍ରା ଆରମ୍ଭ ହୋଇଥିଲା । ଏନେଇ ଡ୍ରାଇଭର ମହାସଂଘଙ୍କ ଦାବୀ ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି ପଞ୍ଚୁ ପାଣ୍ଡଵ ଭାଇ ଚଳାଇଥିବା ଦଣ୍ଡ ପଦଯାତ୍ରାକୁ ସମର୍ଥନ କରି ଆଜି ସାନଖେମୁଣ୍ଡି ବ୍ଲକ ଡ୍ରାଇଭର ସଙ୍ଘ ପକ୍ଷରୁ ପାଟପୁର କାଳୀ ମନ୍ଦିର ଠାରୁ ପଦଯାତ୍ରା ଆରମ୍ଭ କରି ବୁଦ୍ଧେଶ୍ୱର ମନ୍ଦିର ପର୍ଯ୍ୟନ୍ତ ସଂଘର ସଦସ୍ୟ ମାନେ ପଦଯାତ୍ରା କରିଥିଲେ । ଯଦି ଆଗକୁ ସରକାର ୧୧ ଦଫା ଦାବି ପୂରଣ ନକରନ୍ତି ତେବେ ଆନ୍ଦୋଳନ ଜୋର ଜାର ହେବ ବୋଲି କହିଛନ୍ତି l ଉକ୍ତ ଦଣ୍ଡ ପଦଯାତ୍ରାରେ ସାନଖେମୁଣ୍ଡିର ବିଜୟ କୁମାର ମାଦଳା, ମିହିର ସୁ୍ୟାସିଆ, ପରମାନନ୍ଦ ପାଣିଗ୍ରାହୀ, ସୁଶାନ୍ତ ବେହେରା, ସନ୍ତୋଷ ପାତ୍ର, ରୋହିତ ସ୍ୱାଇଁ, ପ୍ରଫୁଲ ବେହେରା, ସନ୍ତୋଷ ମହାପାତ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ସମର୍ଥନ କରିଥିବା ଦେଖିବାକୁ ମିଳ