ମୂଳାଜୁସ୍ ବଢାଇବ ମୁହଁର ଉଜ୍ୱଳତା

74

ଶୀତଦିନେ ଆସିଲେ ବଜାରରେ ବିଭିନ୍ନ ପ୍ରକାରର ସତେଜ ପନିପରିବା ମିଳିଥାଏ । ଏହି ପନି ପରିବା ମଧ୍ୟରେ ମୂଳା ହେଉଛି ବେଶ ଲାଭକାରୀ । କେହି କେହି ମୂଳା ଖାଇବାକୁ ବେଶ ପସନ୍ଦ କରନ୍ତି ନାହିଁ । କିନ୍ତୁ ମୂଳା ଖାଇବା ଦ୍ୱାରା ଆମକୁ ବେଶ ଲାଭ ମିଳିଥାଏ । ଏହା ଆମକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିଥାଏ । ମୂଳାରେ ପୋଟାସିୟମ୍‌, ଫୋଲେଟ୍‌, ରାବୋଫ୍ଲୋବିନ୍‌, ନାଇସିନ୍‌, ଭିଟାମିନ୍‌ କେ, କ୍ୟାଲସିୟମ୍‌, ଯାହା ସ୍ୱାସ୍ଥ୍ୟକୁ ଲାଭ ପହଞ୍ଚାଇଥାଏ। ଏ ସମସ୍ତ ପୋଷକ ତତ୍ତ୍ୱ ଉଚ୍ଚରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ପାଚନ କ୍ରିୟା ସୁଦୃଢ଼ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ମୂଳା ଖାଇବାର ଫାଇଦା

ମୂଳାରେ ଆଣ୍ଟି କଞ୍ଜେଷ୍ଟିଭ୍‌ ଗୁଣ ଭରି ରହିଥାଏ। ଏଥିପାଇଁ ଥଣ୍ଡା, କାଶ ଆରମ୍ଭ ହେଲା ମାତ୍ରେ ଆପଣ ନିଜ ଡାଏଟ୍‌ରେ ମୂଳା ସାମିଲ କରନ୍ତୁ। ଏଥିରେ କଫ ମଧ୍ୟ ଦୂର ହୋଇଯାଇଥାଏ।

ତା’ସହ ରୋଗ ପ୍ରତିରୋଧକ କ୍ଷମତା ପାଇଁ ମୂଳା ବରଦାନ ଭଳି କାମ କରିଥାଏ। ଦୈନନ୍ଦିନ ମୂଳା ଜୁସ୍‌ ସେବନ କଲେ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ହୋଇଥାଏ ଏବଂ ଚର୍ମଜନିତ କୌଣସି ସଂକ୍ରମଣ ସମସ୍ୟା ଥିଲେ ତାହା ଦୂର ହୋଇଯାଏ।

କେବଳ ସେତିକି ନୁହେଁ, ମୂଳା ସେବନ ଦ୍ୱାରା କ୍ୟାନସର୍‌ ଭଳି ପ୍ରାଣଘାତକ ରୋଗରୁ ମଧ୍ୟ ଆରୋଗ୍ୟ ମିଳିଥାଏ। ଓଜନ କମ୍‌ କରିବା ସହିତ ହାଡ ଶକ୍ତ କରିଥାଏ। ଏହା ସହିତ ମାରାତ୍ମକ ଜଣ୍ଡିସକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।

ମୂଳାରେ ହାଇପରଣ୍ଟେସିଭ୍‌ ଗୁଣ ରହିଛି। ଏହାଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ରହିଥାଏ। ମୂଳାରେ ଭରପୂର ମାତ୍ରାରେ ପୋଟାସିୟମ୍‌ ମିଳିଥାଏ, ଯାହାକି ଶରୀରରେ ସୋଡିୟମ୍‌, ପୋଟାସିୟମ୍‌ର ଅନୁପାତକୁ ବାଲାନ୍ସ କରିବାରେ ସାହାଯ୍ୟ କରିଥାଏ।