Saturday, November 14, 2026
Home ଆଞ୍ଚଳିକ ରାଜସ୍ୱ ଖାଇଲେ,ରାଜାଙ୍କର ଗାଇଲେ

ରାଜସ୍ୱ ଖାଇଲେ,ରାଜାଙ୍କର ଗାଇଲେ

43

ପୁରୀ.28/10, ଚାଲିଛି କାର୍ତ୍ତିକ ମାସ । ଏହି ମାସଟିକୁ ଚାହିଁ ବସିଥାଆନ୍ତି ସମସ୍ତ ହିନ୍ଦୁ ନରନାରୀ । ଶ୍ରୀକ୍ଷେତ୍ରକୁ ଯାଇ ଶ୍ରୀ ଜଗନ୍ନାଥଙ୍କ ପାଖରେ ଶରଣ ପଶିବା ସହ ମାସ ଯାକ ହବିଷ ବ୍ରତ ପାଳନ କରନ୍ତି । ସଧବା ବିଧବା ଓ ପୁରୁଷ ମାନେ ମଧ୍ୟ ଏହି ବ୍ରତ ପାଳନ କରୁଥିବା ବେଳେ ବିଧବା ମହିଳା ମାନେ ଏହି ବ୍ରତ ପାଳନ କରିବା ଅଧିକ ଦେଖାଯାଇଥାଏ । ସକାଳୁ ଉଠି ହବିଷିଆଳିମାନେ ସେମାନଙ୍କ ନିତ୍ୟ କର୍ମ ସାରି ଚଉରା ପୂଜା କରିବା ସହ ଆରାଧ୍ୟ ଦେବତା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଥାଆନ୍ତି । ସଂନ୍ଧ୍ୟା ସମୟରେ ମହାପ୍ରସାଦ ସେବନ କରି ତୂଳସୀ ଚଉରା ମୂଳେ ଦୀପ ପ୍ରଜ୍ୱଳନ କରିଥାଆନ୍ତି ହବିଷ୍ୟାଆଳି ।
ମାତ୍ର ଚଳିତ ବର୍ଷ ଏଥର ଶ୍ରୀକ୍ଷେତ୍ରରେ ଏକ ଭିନ୍ନ ପରିସ୍ଥିତିଦେଖିବାକୁ ମିଳିଥିଲା । ଗତ କିଛି ବର୍ଷ ଧରି ରାଜ୍ୟ ସରକାର ହବିଷ ବ୍ରତ ରଖିୁଥିବା ହବିଷିଆଳିଙ୍କ ପାଇଁ ଶ୍ରୀକ୍ଷେତ୍ରରେ ବିନା ମୂଲ୍ୟରେ ରହିବା ଓ ମହାପ୍ରସାଦ ସେବନ କରିବାର ବନ୍ଦୋବସ୍ତ କରିଆସୁଛନ୍ତି । ଏହି ସମସ୍ତ ଖର୍ଚ୍ଚ ସରକାରଙ୍କର ତହବିଲରୁ ଖଚ୍ଚ୍‌ର୍ ହେଉଥିବା ବେଳେ ଏହି ସମସ୍ତ ଖର୍ଚ୍ଚ ଟିକସ ଦାତା ମାନଙ୍କରଅର୍ଥ ଅଟେ ।ଏହାକୁ ଆଜି ପୁରୀରେ ଭୁଲି ଯାଇଛନ୍ତି ହବିଷ ବ୍ରତଧାରୀମାନେ । ଜଗନ୍ନାଥଙ୍କ ଭଜନ ଗାଇବା ସମୟରେ ଭଜନ ମଧ୍ୟରେ ବାରମ୍ବାରା ମନ୍ତ୍ରୀ ମାନଙ୍କ ନାମ ଧରିବା ଓ ମୁଖ୍ୟମନ୍ତ୍ରୀଙ୍କ ନାମ ନେବାର ଶୁଣି ସେଠାରେ ଉପସ୍ଥିତ ଥିବା କିଛି ଲୋକ ଚକିତ ହୋଇପଡିଥିଲେ । ଏପରିକି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ବୋଲି କହି ଭଜନ ଗାଉଥିବାର ଶୁଣାଯାଉଥିଲା । କିଛି ନିନ୍ଦୁକ ମାନେ ଏଭଳି ଭଜନକୁ ନା ପସନ୍ଦ କରୁଥିବା ବେଳେ ଅତୀତରେ ଭୁବନେଶ୍ୱରର ବରମୁଣ୍ଡାର ଠାରେ ହୋଇଥିବା ବିଜୁ ଜନତା ଦଳର ମିଟିଙ୍ଗରେ ମନ୍ତ୍ରୀ ପ୍ରତାପ ଦେବଙ୍କ ଭାଷଣ ‘ଏବେ ଓଡିଶାର ପରିଚୟ ଜଗନ୍ନାଥ ନୁହନ୍ତି ବରଂ ନବୀନ ପଟ୍ଟନାୟକଙ୍କୁ ବିଶ୍ୱବାସୀ ଜାଣନ୍ତି’ ବୋଲି କହିଥିବା ଉକ୍ତିକୁ ଆଜି ଦିନସାରା ଶ୍ରୀକ୍ଷେତ୍ରରେ କୁହାକୁହି ହେଉଥିବା ଶୁଣିବାକୁ ମିଳିଛି ।