
ଆସିକା,୨୭/୧୦ – ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କୋଟିନଡା ଫାଣ୍ଡି ଅଧିନ ହରିଡାପଦର ପଚାଂୟତ ହରିଡାପଦର ଗ୍ରାମରେ ସାମାଜିକ ବାସନ୍ଦ ହୋଇ ରହିଥିବା ଖଦାଳ ହରିଜନ ଗ୍ରାମବାସୀ ଆଜି ନ୍ୟାୟ ପାଇଛନ୍ତି । ଆସିକା ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ଗ୍ରାମରେ ଲାଗି ରହିଥିବା ବିବାଦର ସମାଧାନ ହୋଇଛି । ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବାଧାନରେ ହରିଡାପଦର ଗ୍ରାମର ଉଭୟ ହରିଜନ ଖଦାଳ ଗ୍ରାମବାସୀ ଓ ଗ୍ରାମର ସର୍ବଣ୍ଣ ପକ୍ଷ କୋଟିନଡା ଫାଣ୍ଡି ଠାରେ ପହଁଚି ଥିଲେ । ସେଠାରେ ପୋଲିସ ଅଧିକାରୀ ଉଭୟଙ୍କ କଥା ଶୁଣିଲେ । ଏଥିରେ ହରିଡାପଦର ଗ୍ରାମର ଖଦାଳ ହରିଜନ ବାସୀ ନିଜର ଅଧିକାର କ୍ଷୁର୍ଣ୍ଣ ହୋଇଥିବା କହିଥିଲେ । ସେପଟେ ପୋଲିସ ପ୍ରଶାସନ ହସ୍ତକ୍ଷେପ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି । ଏଣିକି ଗ୍ରାମରେ କୈାଣସି ବିଶୃଙ୍ଖଳା ସ୍ଥିତି ସୃଷ୍ଟି ନକରିବାକୁ ଉଭୟ ହରିଜନ ଖଦାଳ ବାସିନ୍ଦା ଓ ଭଦ୍ର ଲୋକଙ୍କୁ ବୁଝାଇଥିଲେ । ସେମାନେ ଗ୍ରାମର ମନ୍ଦିରକୁ ପୂର୍ଣ୍ଣ ସ୍ୱାଧିନତାର ସହିତ ଯାଇ ପୂଜା ସାଙ୍ଗକୁ ଦିଅ ଦର୍ଶନ କରିପାରିବେ । ଗ୍ରାମର ମୁଖ୍ୟ ରାସ୍ତାରେ କୈାଣସି ଦ୍ୱିଧା ନଥାଇ ଯାତାୟାତ କରିପାରିବେ । ଗ୍ରାମର ସମସ୍ତ ଦୋକାନ ବଜାରରେ କ୍ରୟ କରି ପାରିବେ ।ଏଥିରେ କୈାଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ଥାନା ଅଧିକାରୀ ପ୍ରତିଶୃତି ଦେଇଥିଲେ । ହରିଡାପଦର ଗ୍ରାମରେ ଉଭୟ ପକ୍ଷ ସ୍ୱାଭାବିକ ଭଳି ମିଳିମିଶି ଚଳିବେ । ଗାଁର ଠାକୁରାଣି ମନ୍ଦିରର ଚାବି ଉଭୟ ପକ୍ଷ ପାଖରେ ରହିବ ଏବଂ ପୁଜା ଅର୍ଚ୍ଚନା କରିବା ସହ ମନ୍ଦିରର ନିତୀ ନିୟମକୁ ମାନି ଚଳିବେ । ସେହିଭଳି ରାସ୍ତା,ଟିୟୁସନ,ସ୍କୁଲ,ଦୋକାନ,ଔଷଧ ଦୋକାନ ଏବଂ କ୍ଲିନିକକୁ ହରିଜନ ଖଦାଳ ଭାଇ ମାନେ ସାଧାରଣ ଭାବେ ଯାଇ ପାରିବେ । ଆଜି ଠାରୁ କୈାଣସି ବିଶୃଙ୍ଖଳା ନକରି ଶାନ୍ତି ବଜାୟ ରଖି ଆଇନକୁ ନିଜ ହାତକୁ ନେବେ ନାହିଁ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ପରାମର୍ଶ ପ୍ରଦାନ କରାଯାଇଥିଲା । କୈାଣସି ବ୍ୟକ୍ତିଗତ ସମସ୍ୟା ପାଇଁ ଗୋଷ୍ଠି ବିବାଦ ନକରି ଆଇନର ସାହାଯ୍ୟ ନେବା ପାଇଁ କୁହାଯାଇଥିଲା । ଏନେଇ ଉଭୟ ପକ୍ଷ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଓ କୋଟିନଡା ଫାଣ୍ଡି ଅଧିକାରୀଙ୍କ ଉପସ୍ଥିତିରେ ଏକ ସ୍ୱାକ୍ଷର ସମ୍ଭଳିତ ପତ୍ରରେ ଚୁକ୍ତି କରିଥିବା ଜଣାଯାଇଛି ।


