
ଆସିକା,୨୩/୧୦(ଜିଲ୍ଲା ଖବର) : ଓଡିଶା ଗ୍ରାମ୍ୟ ରୋଜଗାର ସେବକ ସଙ୍ଘ ର ଗଞ୍ଜାମ ଜିଲ୍ଲା ସ୍ଥରୀୟ ବୈଠକ ଆଜି ଆସିକା ଖମ୍ବେଶ୍ବରୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ବହୁ ସଦସ୍ୟ ଯୋଗଦେଇ ସଂଘ କର୍ମକର୍ତା ଚୟନ କରିଥିବା ବେଳେ କିଛିଦିନ ତଳେ ରାଜ୍ୟ ସରକାର ଉଛେଦ କରିଥିବା ଚୁକ୍ତି ଭିତିକ ଚାକିରୀ ରେ ସେମାନଙ୍କୁ ସାମିଲ କରିବା ନେଇ ଦାବି କରିଥିଲେ l ତୃଣ ମୂଳସ୍ତରରେ ସରକାର ଙ୍କ ସମସ୍ତ ଜନ ହିତକରୀ ଯୋଜନା ସାଧାରଣ ଲୋକ ଙ୍କ ନିକଟରେ ଗ୍ରାମ୍ୟ ରାଜଗାର ସେବକ ମାନେ ପହଞ୍ଚାଉଥିବା ବେଳେ ରାଜ୍ୟ ସରକାର ସେମାନଙ୍କୁ ନିଜ ହକ ଠାରୁ ଦୁରେଇ ରଖିଥିବା ଅଭିଯୋଗ କରିଛନ୍ତି l ସରକାର ଆସନ୍ତା କାର୍ତ୍ତିକ ପୂର୍ଣ୍ଣମା ମଧ୍ୟରେ ଏହି ଉଛେଦ ଚୁକ୍ତି ଭିତିକ ଚାକିରୀ ଯୋଜନାରେ ସେମାନଙ୍କୁ ସାମିଲକରି ସମାନ କାମ କୁ ସମାନ ଦରମା ପ୍ରଦାନ କରିବାକୁ ଦାବି କରିଥିଲେ l ଏହା ସହିତ ଏହି ବୈଠକରେ ସଂଘ ର ଜିଲ୍ଲା ସ୍ଥରୀୟ ନୂତନ କର୍ମକର୍ତା ଚୟନ କରାଯାଇଛି l ମନୋଜ କୁମାର ପାଢ଼ୀ ସଭାପତି ଭାବେ ଚୟନ କରାଯାଇଥିବା ବେଳେ , ଉପସଭାପତି ଭାବେ ସୁକାନ୍ତ ପାଣିଗ୍ରାହୀ, ସମ୍ପାଦକ କିଶୋର ଗୌଡ଼, କେସିଅର ରାଧାକୃଷ୍ଣ ସାହୁ, ଜୋନ ସଭ୍ୟ ଭାବେ ଶ୍ରୀକାନ୍ତ ପାଢ଼ୀ, ବସନ୍ତ ରାଉତ ଓ ଘନଶ୍ୟାମ ସେଠୀ ଙ୍କୁ ଚୟନ କରାଯାଇଥିବା ବେଳେ ସଙ୍ଘ ରାଜ୍ୟ ସଦସ୍ୟ ମଧୁସୂଦନ ଗୌଡ଼ ଉପସ୍ଥିତ ରହିଥିଲେ l



