Wednesday, November 11, 2026
Home ଆଞ୍ଚଳିକ ବିଶ୍ୱ କବି ସମ୍ମିଳନୀ ରେ ଯୁବ ପ୍ରତିଭା ସମ୍ମାନିତ

ବିଶ୍ୱ କବି ସମ୍ମିଳନୀ ରେ ଯୁବ ପ୍ରତିଭା ସମ୍ମାନିତ

62

ଭୂବନେଶ୍ୱର,୨୩/୧୦(ଜିଲ୍ଲା ଖବର ) : ଭୁବନେଶ୍ୱର ଠାରେ ଆୟୋଜିତ ଶାନ୍ତି ସୌମିତ୍ରୀ ସମ୍ମିଳନୀ ରେ ଆସିକା ରୁ ପବିତ୍ର ମୋହନ ମହାରଣା ସମ୍ମାନିତ | ଆସିକା ବ୍ଲକ ଅନ୍ତର୍ଗତ ମାମୁଡିହ ଗ୍ରାମର ଯୁବ କବି / ଲେଖକ ଶ୍ରୀମାନ ପବିତ୍ର ମୋହନ ମହାରଣା ରବିବାର ଦିନ ଭୁବନେଶ୍ୱର ର ଜୟଦେବ ଭବନ କକ୍ଷ ରେ ଅନୁଷ୍ଠିତ ବିଶ୍ୱ କବି ସମ୍ମିଳନୀ ତଥା ସୂର୍ଯ୍ୟୋଦୟ ଶାନ୍ତି ସୌମିତ୍ରୀ ସମ୍ମିଳନୀ ରେ ଯୋଗଦାନ କରିଥିଲେ | ଉକ୍ତ ସମ୍ମିଳନୀ ରେ ବିଶ୍ୱ ର ବିଭିନ୍ନ ଦେଶ ର ସୁନାମ ଧନ୍ୟ କବି ଲେଖକ ଯୋଗଦେବା ସହିତ ଭାରତ ର ବିଭିନ୍ନ କୋଣ ଅନୁକୋଣ ରୁ ଅନେକ ଲେଖକ ଲେଖିକା ଯୋଗ ଦାନ କରିବା ସାହିତ୍ୟ କ୍ଷେତ୍ର ରେ ନିଜର ପାରଦର୍ଶିତା ଏବଂ ସମାଜ ରେ ଶାନ୍ତି ର ବାର୍ତ୍ତା ପ୍ରଦାନ କରିଥିଲେ | ତେବେ ଉକ୍ତ ସମାରୋହ ରେ ଗଞ୍ଜାମ ଜିଲ୍ଲା ରୁ ଶ୍ରୀମାନ ପବିତ୍ର ମହାରଣା ଙ୍କୁ ଜଣେ ପ୍ରଗତିଶୀଳ ଏବଂ ପ୍ରେରଣା ଦାୟୀ ଯୁବ ଲେଖକ ରୂପେ ସମ୍ମାନିତ କରାଯିବା ସହିତ ତାଙ୍କର ଉତ୍ତରଉତ୍ତର ଉର୍ନ୍ନତି କାମନା କରାଯାଇଛି | ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀ ରେ ବାଂଲାଦେଶ ରୁ ନୁରୁଲ ହକ, ଉତ୍ତର ପ୍ରଦେଶ ରୁ ବାଳିକା ସେନ ଗୁପ୍ତା, କଲିକତା ରୁ ସୋମା ଭୂମିକ, ଏବଂ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଏବଂ ଓଡିଶା ର ସୁନାମ ଧନ୍ୟ ଲେଖିକା ମମତା ଦାସ ଆଦି ଯୋଗ ଦେବା ସହିତ ଓଡ଼ିଆ ଭାଷା କୁ ଉର୍ନତି ପଥରେ ନେଇ ବିଶ୍ୱ ଦରବାର ରେ ପ୍ରତିଷ୍ଠା କରିବା ପାଇଁ ଉଦବୋଧନ ଦେଇଥିଲେ |