
ବୁଗୁଡା,୨୩/୧୦(ଜିଲ୍ଲା ଖବର) : ଦୀପାବଳି ଉତ୍ସବ ପାଳନ ନିମନ୍ତେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ବଜାର ଖୁବ୍ ଭିଡ ହୋଇଥିବା ଜଣାପଡିଛି। ଦୀପାବଳି ଅମାବାସ୍ୟା ଆସନ୍ତା ୨୫ ତାରିଖ ମଙ୍ଗଳବାର ଦିନ ହେଉଥିଲେ ମଧ୍ୟ ସେହିଦିନରେ ସୂର୍ଯ୍ୟ ପରାଗ ପଡି ଅଶୁଦ୍ଧ କାଳ ଯୋଗୁଁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତାହା ପୂର୍ବ ସୋମବାର ଦିନ ପାଳନ କରିବା ନିମନ୍ତେ ଆଜି ବୁଗୁଡ଼ା ବ୍ଲକର ହଜାର ହଜାର ସଂଖ୍ୟାରେ ଜନସାଧାରଣଙ୍କ ସମାଗମ ହୋଇଥିଲା । ଦୀପ,ଆଖୁ,ପୂଜା ସାମଗ୍ରୀ ଫଳ,କାଉଁରିଆ କାଠି,ବାଳୁଙ୍ଗା ଧାନ, ବୋତିନଇ,ମୁଆଁ ସାକର ଏବଂ ଆବଶ୍ୟକତା ପଡୁଥିବା ଦୋକାନ ଗୁଡିକରେ ଭିଡ ଦେଖିବାକୁ ମିଳିଥିଲା। ତା’ସହ ସୁପ୍ରିମକୋର୍ଟ ବାଣ ନକିଣି ମିଠା କିଣ ବୋଲି କହିଥିବା ବେଳେ ରାଜ୍ୟ ସରକାର ରାତ୍ରି ଦଶଘଣ୍ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ନିଷ୍ପତ୍ତି ଗ୍ରହଣ କରି ନିର୍ଦ୍ଦେଶ ଦେଇଥିଲେ । ସେ ନିମନ୍ତେ ବାଣ ଦୋକାନ ଏବଂ ଧନତେରାସ୍ ଦିବସ ଯୋଗୁଁ ସୁନା ଦୋକାନ ଗୁଡିକରେ ମଧ୍ଯ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଟ୍ରାଫିକ ସମସ୍ଯା କିଛି ସମୟ ହୋଇଥିଲେ ମଧ୍ୟ ପୋଲିସ୍ ବିଭାଗ ପକ୍ଷରୁ ନଜର ରଖିଥିବା ନଜରକୁ ଆସିଛି।




