ଭି ଏସ ଏଣ୍ଡ ଭିଏସ ବସ ଦୁର୍ଘଟଣା

44

ଘୁ ଉଦୟଗିରି,୨୪/୧୦(ଜିଲ୍ଲା ଖବର) : ରାଇକିଆ ରୁ ବ୍ରହ୍ମପୁର ଯାଉଥିବା ଯାତ୍ରୀବାହୀ ବସ ଭିଏସ ଏଣ୍ଡ ଭିଏସ(ଓଡି ୦୭ ଡି ୨୦୭୭) ଭାରସାମ୍ୟ ହରାଇ ଅନ୍ଧାର କୋଟ ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ଦେଖିବାକୁ ମିଳିଛି । ସକାଳ ରାଇକିଆ ରୁ ବାହାରି ବ୍ରହ୍ମପୁର ଯାଉଥିବା ବେଳେ କଳିଙ୍ଗା ଘାଟିରେ ବ୍ରେକ ଫେଲ ହେବା ସକାସୁ ଡ୍ରାଇଭର ଉପଯୁକ୍ତ ବୁଦ୍ଧି ଫଳରେ ବହୁତ୍ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି 50ରୁ ଅଧିକ ବସିଥିବା ଯାତ୍ରୀ । ସୂଚନା ଅନୁସାରେ ବ୍ରେକ ଫେଲ ହେବା ସକାସୁ ଡ୍ରାଇଭର ଗାଡିକୁ ଡାହାଣ ଆଡ଼କୁ ଡ୍ରେନ ମଧ୍ୟରେ ପକାଇଥିଲେ ଯେମିତି କି ଲୋକମାନେ ଉଦ୍ଧାର ପାଇବେ । ଯଦି ବାମକୁ ଯାଇଥାନ୍ତା ତେବେ ବହୁତ୍ ବଡ଼ ଦୁର୍ଘଟଣା ଘଟିଥନ୍ତା । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ମିଳିଛି !