ସହିଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ସ୍ୱଦେଶୀ ଜାଗ୍ରତ ପାଇ ଆୱ୍ୟନ୍ ଦେଲା ଉତ୍କଳ ଜାଗୃତି ସେବା ସଂଘ

147

ହାଇଦ୍ରାବାଦ୍ ୨୩/୧୦(ଜିଲ୍ଲା ଖବର) : ଅସମୟର ବନ୍ଧୁ ଭାବରେ ପରିଚିତ ଉତ୍କଳ ସେବା ସଙ୍ଘ ହାଇଦ୍ରାବାଦ୍ ପକ୍ଷରୁ ଦୀପାବଳୀ ମିଳନ କାର୍ଯ୍ୟକ୍ରମ ପାଳନ ହୋଇଯାଇଛି। ଶ୍ରୀ ଦେବେନ୍ଦ୍ର ଦାସଙ୍କ ସଭାପତିତ୍ବରେ ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିବାବେଳେ ସଂଘଠନ ମନ୍ତ୍ରୀ ଶ୍ରୀ ପ୍ରକାଶ ବିଶ୍ଵାଳ ଏହାକୁ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବରେ ବୋଲେରାମ ଅଞ୍ଚଳର ଭାଜପା ନେତା ଶ୍ରୀ ଆନନ୍ଦ କୃଷ୍ଣ ରେଡି ଦୀପ ପରଜ୍ଜ୍ୱଳନ କରିଥିଲେ ଏବଂ ମୁଖ୍ୟ ବକ୍ତା ପୂର୍ବତନ ଭାଜପା ଓଡ଼ିଆ ପ୍ରକୋଷ୍ଠ ସଂଘଠନ ମନ୍ତ୍ରୀ ଶ୍ରୀ ରୋସନ୍ ଖୁଣ୍ଟିଆ ଉପସ୍ଥିତ ରହି ନିଜ ବକ୍ତବ୍ୟରେ କହିଥିଲେ ଦୀପାବଳୀ କାହିଁକି ଓ କିଭଳି ପାଳନ କରିବା। କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ଅଭିଳାଷ ବିଶ୍ଵାଳ ନିଜ ବକ୍ତବ୍ୟରେ ଦୀପାବଳୀ ଉତ୍ସବ ରେ ସହିଦ ଯବାନ ମାନଙ୍କୁ ମାନେ ପକାଇ ଜୟ ଯବାନ ଜୟ କିସାନ୍ ର ସ୍ଲୋଗାନ ଦେବା ସହ ମାଟି ଦୀପ ଲଗାଇବାକୁ ଆଗ୍ରହ କରିଥିଲେ। ମିଡିଆ ପ୍ରଭାରୀ ଶ୍ରୀ ମାନସ ପଣ୍ଡା ଯୁବକ ମାନଙ୍କୁ ଦେଶ ସେବା ପାଇ କିଭଳି ଭାରତୀୟ ସେନା ରେ ଯୋଗ ଦେବେ ବର୍ଣ୍ଣନା କରିଥିଲେ ତଥା ଶ୍ରୀ ତ୍ରିଲୋଚନ ରାଉତ, ରାଜୀବ ମଲ୍ଲିକ, ଜିତେନ୍ଦ୍ର ଜେନା, ରବୀନ୍ଦ୍ର ବିଶ୍ୱାଳ, ଉଲ୍ଲାସ ମହାରଣା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଅନ୍ତିମ ଚରଣରେ ସଭାପତି ଶ୍ରୀ ଦେବେନ୍ଦ୍ର ଦାସ କାର୍ଯ୍ୟକ୍ରମ ଧନ୍ୟବାଦ ଜଣାଇ ସମାପନ କରିଥିଲେ।