Friday, November 13, 2026
Home ଆଞ୍ଚଳିକ ହିମାଳୟ ପର୍ବତାରୋହଣ ଅଭିଯାନ ପାଇଁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର 20ଜଣ ଏନଏସଏସ ଛାତ୍ରଛାତ୍ରୀଙ୍କ ହିମାଚଳ ପ୍ରଦେଶ ଗସ୍ତ

ହିମାଳୟ ପର୍ବତାରୋହଣ ଅଭିଯାନ ପାଇଁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର 20ଜଣ ଏନଏସଏସ ଛାତ୍ରଛାତ୍ରୀଙ୍କ ହିମାଚଳ ପ୍ରଦେଶ ଗସ୍ତ

105

ବ୍ରହ୍ମପୁର୨୩/୧୦(ଜିଲ୍ଲା ଖବର) : ହିମାଳୟ ପର୍ବତାରୋହଣ ଅଭିଯାନ ଅନ୍ତର୍ଗତ ଜାତୀୟ ଦୁସାହାସିକ କ୍ୟାମ୍ପରେ ଯୋଗଦେବାପାଇଁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର 20ଜଣ ଏନଏସଏସ ଛାତ୍ରଛାତ୍ରୀ ଏବଂ ଦୁଇଜଣ କାର୍ଯ୍ୟକ୍ରମ ଅଧିକାରୀ ଆଜି ହିମାଚଳ ପ୍ରଦେଶର ଗସ୍ତ କରିଛନ୍ତି। ଚଳିତବର୍ଷ ଜାତୀୟ ସେବା ଯୋଜନା ଅନ୍ତର୍ଗତ ଦୁସାହାସିକ କ୍ୟାମ୍ପ ହିମାଚଳ ପ୍ରଦେଶ ସ୍ଥିତ ହାଇ ଅଲଟିଟ୍ୟୁଡ୍ ମାଉଣ୍ଟେନେରିଂ ଇଷ୍ଟିଚ୍ୟୁଟ୍, ନାରକଣ୍ଡା ଠାରେ ଅନୁଷ୍ଠିତ ହେଉଛି। 10 ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ପର୍ବତାରୋହଣ ସହ ରକ୍ କ୍ୟାଇମ୍ବିଂ , ରିଭର କ୍ରସିଂ , ରେସକ୍ୟୁଇଂ ଆଦି ଦୁସାହାସିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଭାଗ ନେବେ। ଏହି ପର୍ବତାରୋହଣ ଶିବିରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଅଧିନରେ ଥିବା ସାତଟି ଜିଲ୍ଲାର ବଛାବଛା 10ଜଣ ଏନଏସଏସ୍ ଛାତ୍ର ଓ 10ଜଣ ଛାତ୍ରୀ ପୁରୁଷୋତ୍ତମପୁର ତରାତାରିଣି ମହାବିଦ୍ୟାଳୟର ଯୋଜନା ଅଧିକାରୀ ବିପ୍ଲବରଞ୍ଜନ ଦାଶ ଏବଂ ମାଲକାନଗିରି କଲେଜର ଯୋଜନା ଅଧିକାରୀ ପ୍ରମରେଖା ବୋଥ୍ରାଙ୍କ ନେତୃତ୍ୱରେ ହିମାଚଳପ୍ରଦେଶ ଗସ୍ତ କରିଛନ୍ତି। ଜାତୀୟ ଦୁସାହାସିକ ଶିବିରରେ ଭାଗ ନେବା ପୂର୍ବରୁ ବିଶ୍ଵବିଦ୍ୟାଳୟ ସ୍ତରରେ ସ୍ଵେଚ୍ଛାସେବୀଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର କରାଯାଇଥିଲା । ଯେଉଁଥିରେ ସ୍ଵେଚ୍ଛାସେବୀଙ୍କ ଶାରୀରିକ ଦକ୍ଷତା, ସ୍ବାସ୍ଥ୍ୟ ପରୀକ୍ଷା ସହ ପର୍ବତାରୋହଣ ପାଇଁ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା। ପ୍ରଶିକ୍ଷଣ ପରେ ଛାତ୍ରଛାତ୍ରୀମାନେ ଦୁସାହାସିକ ଅଭିଯାନ ପାଇଁ ବେଶ ଉତ୍ସାହିତ ଅଛନ୍ତି। ଆଜି ସ୍ଵେଚ୍ଛାସେବୀ ମାନେ ଦିଲ୍ଲୀ ଅଭିମୁଖେ ଗସ୍ତ କରିବା ପାରେ ସେଠାରୁ ଶିମଲା ଯାଇ ଦୁଇଦିନ ପରେ ନାରକଣ୍ଡା ବେସ୍ କ୍ୟାମ୍ପରେ ପହଞ୍ଚିବେ। ପରେ ହିମାଚଳ ପ୍ରଦେଶ ସ୍ଥିତ ହାଇ ଅଲଟିଟ୍ୟୁଡ୍ ମାଉଣ୍ଟେନେରିଂ ଇଷ୍ଟିଚ୍ୟୁଟ୍, ନାରକଣ୍ଡାର ପ୍ରଶିକ୍ଷକଙ୍କ ତତ୍ତ୍ବାବଧାନରେ ହିମାଳୟ ପର୍ବତାରୋହଣ ଅଭିଯାନ ଆରମ୍ଭ ହେବ। ବିଶ୍ଵବିଦ୍ୟାଳୟରୁ ପ୍ରସ୍ଥାନ କରିବା ପୂର୍ବରୁ ସ୍ଵେଚ୍ଛାସେବୀମାନେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କୁଳସଚିବ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଓ ସ୍ନାତକୋତ୍ତର ବିଭାଗ ସମୂହ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଠାରୁ ସଫଳ ଅଭିଯାନ ପାଇଁ ଆଶୀର୍ବାଦ ଗ୍ରହଣ କରିଥିଲେ । ବିଶ୍ବବିଦ୍ୟାଳୟ ଏନଏସଏସ ଯୋଜନା ସଂଯୋଜକ ଡ.ଜୟନ୍ତ କୁମାର ପଣ୍ଡା ଓ ଜିଲ୍ଲା ଯୋଜନା ଅଧିକାରୀ ସୁଦାମ ଚରଣ ବିଷୋୟୀ ମଧ୍ୟ ଉପସ୍ଥିତ ରହି ସ୍ୱେଚ୍ଛାସେବୀମାନଙ୍କୁ ପର୍ବତାରୋହଣ ଅଭିଯାନ ପାଇଁ ଉତ୍ସାହିତ କରିବା ସହ ସେମାନଙ୍କ ସଫଳତା କାମନା କରିଥିଲେ । ଦଶଦିନ ପର୍ବତାରୋହଣ ଅଭିଯାନ ପରେ ନଭେମ୍ବର 08 ତାରିଖରେ ଛାତ୍ରଛାତ୍ରୀମାନେ ଓଡିଶା ଫେରିବେ।