

ଆସିକା,୮/୧୨(ଖିରୋଦ ଚନ୍ଦ୍ର ବେହେରା) ;ରାଜ୍ୟର ୧୧ଟି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଭାରତ ବନ୍ଦରେ ସାମିଲ ହୋଇ ବନ୍ଦ ପାଳନ କରିଥିବା ବେଳେ ଆସିକା ଶାଖା ନିଖୀଳ ଓଡିଶା ଅଙ୍ଗନୱାଡି କର୍ମି ସଂଘ ପକ୍ଷରୁ ମଧ୍ୟ ବନ୍ଦ ପାଳନ କରି ବିକ୍ଷୋଭ କରିଥିଲେ । ଦରଦାମ ବୃଦ୍ଧି ନିୟନ୍ତ୍ରଣ,ବେକାରୀ ସମସ୍ୟା ଦୂର,ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧିକୁ ଦାବୀକୁ ନେଇ ବିଭିନ୍ନ ସେସର୍ବନିମ୍ନ ମଜୁରୀ ବୃଦ୍ଧିକୁ ଦାବୀକୁ ନେଇ ବିଭିନ୍ନ ସେସର୍ବନିମ୍ନ ମଜୁରୀ ବୃଦ୍ଧିକୁ ଦାବୀକୁ ନେଇ ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ପ୍ରାୟ ୨ଶହ ଅଙ୍ଗନୱାଡି କର୍ମି ଓ ସହାୟିକା ଆସିକା ବସଷ୍ଟାଣ୍ଡ ସ୍ଥିତ ରାଜସ୍ୱ ବଙ୍ଗଳା ଠାରୁ ଏକ ପ୍ରତିବାଦ ଶୋଭା ଯାତ୍ରା କରି ସହର ପରିକ୍ରମା କରିଥିଲେ ।

ଏହି ପରିକ୍ରମା ବେଳେ ବିଭିନ୍ନ ପ୍ଲାକାର୍ଡ ଓ ପୋଷ୍ଟର ଧରି ସରକାରଙ୍କ ମାରଣ ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇ ବ୍ଲକ ସ୍ଥିତ ଅଙ୍ଗନୱାଡି କାର୍ଯ୍ୟାଳୟ ଠାରେ ପହଁଚିଥିଲେ । ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଟିତ ହୋଇଥିଲା । ଏହି ସଭାକୁ ସଭାପତି ଡି.ଶ୍ୟାମଳା ଆଚାରୀ ସଭାପତିତ୍ୱ କରିଥିବା ବେଳେ ରାଜ୍ୟ କମିଟି ସଦସ୍ୟା ସବିତା ଦାଶ,ଜିଲ୍ଲା ସଦସ୍ୟା ଗିତାଞ୍ଜଳୀ ପ୍ରଧାନ,କୋଷାଧ୍ୟକ୍ଷ ଗିତାଞ୍ଜଳି ପଣ୍ଡା,ଉପସଭାପତି ଝୁନୁ ପାଢୀ, ସଂଘ ଉପଦେଷ୍ଟା ନାରାୟଣ ଜେନା,ଜିଲ୍ଲା ସଂଘ ଉପଦେଷ୍ଟା ରାଜେନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇ ବନ୍ଦ ପାଳନ ସଫଳ କରିବାରେ ସହ ଯୋଗ କରିଥିଲେ ।




