Thursday, November 12, 2026
Home ଆଞ୍ଚଳିକ କ୍ଳଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

କ୍ଳଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

53

ଭଞ୍ଜନଗର,୨୧/୧୦(ଜିଲ୍ଲା ଖବର) : କ୍ଳଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଛଅ ଗୋଟି ସ୍କୁଲର ପିଲାମାନଙ୍କୁ ନେଇ, ଭଞ୍ଜନଗର ସ୍ଥ ଭେଜିପୁଟ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୧/୧୦/୨୦୨୨ରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏହି ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପାଣ୍ଡବ ସେଠି, CRCC ଶ୍ରୀ ବିଭୁ ପ୍ରସାଦ ମହାପାତ୍ର, PSB ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ରୀତାରାଣି ମହାପାତ୍ର ଏବଂ NAC ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ, ନାହାତୋଠ ସାହି ସ୍କୁଲର ଶିକ୍ଷୟୀତ୍ରୀ, ବ୍ଳକ୍ କୋଲନି, ଶ୍ରୀରାମନଗର ସ୍କୁଲର ଶିକ୍ଷୟୀତ୍ରି ମାନଙ୍କ ମିଳିତ ସହଯୋଗ ରେ , ଏହି ସୁରଭି କାର୍ଯ୍ୟକ୍ରମ ସୁଚାରୁ ରୁପେ ସଫଳ ହୋଇପାରିଥିଲା। ଏଥିରେ ଦଶ ଗୋଟି ଇଭେଣ୍ଟ୍ ରହିଥିଲା। ଛଅ ଗୋଟି ସ୍କୁଲର ପ୍ରାୟ 40 ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରି ପୁରଷ୍କୃତ ହୋଇଥିଲେ।