
ଭଞ୍ଜନଗର,୨୧/୧୦(ଜିଲ୍ଲା ଖବର) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ଅକ୍ଟୋବର 21ତାରିଖ ଦିନ ସାରା ଦେଶ ରେ 63ତମ ପୋଲିସ ସହିଦ ସ୍ମୃତି ଦିବସ ପାଳନ ହୋଇଯାଇଛି | ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ର ସ୍ଥାନୀୟ ତନରଡ଼ା ଗ୍ରାମଠାରେ ରହିଥିବା 8th ବାଟାଲିୟନ ଆଇଆରବି ( IRB)କ୍ୟାମ୍ପ | ଏହି ଦିବସ ଅମର ବୀର ଅଫିସର କର୍ମଚାରି ମାନଙ୍କର କର୍ତ୍ତବ୍ୟନିଷ୍ଠା ତ୍ୟଗୀ ବଳିଦାନ ଏବଂ ସେ କୋରାନା ମହାମାରୀ ହେଉ କିମ୍ବା ନକ୍ସଲାଇଟ ଓ କୌଣସି ପ୍ରକାର କ୍ରିମିନାଲ ଚୋରି ଡକାୟତି ଭଳି ଏମିତି ବହୁ ପ୍ରକାର କାର୍ଯ୍ୟ ରେ ବୀର ପୋଲିସ ନିଜ ଜୀବନ କୁ ବାଜି ଲଗାଇ ସବୁବେଳେ ଜନକଲ୍ୟାଣ ନିମନ୍ତେ ରହିଛନ୍ତି ଏବଂ ରହିଥାନ୍ତି | ଏହି ସହିଦ ଦିବସ ଅବସରରେ 2021ଓ 2022 ଏକ ବର୍ଷ ଭିତରେ ଓଡ଼ିଶାର 3 ଜଣ ବ୍ୟକ୍ତି ସହିଦ ହୋଇଅଛନ୍ତି | ସେମାନେ ହେଲେ ସତ୍ୟ କାନ୍ତ ଚାଁପତ୍ତି, ସପତା ରାମ ମୁର୍ମୁ, ମାଝୀ ସାର, ଓ
ଆଜିର ଏହି ସହିଦ ଅବସରରେ ମୁଖ୍ୟ ଅତିଥିଭାବେ -କୋମାଣ୍ଡେଣ୍ଟ ସେନାନାୟକ ଶ୍ରୀ ଲିଙ୍ଗରାଜ ମିଶ୍ର, ଉପ-କୋମାଣ୍ଡେଣ୍ଟ ଉମେଶ ଚନ୍ଦ୍ର ଜେନା ଏବଂ ଭିଭୂତି ଭୂଷଣ ପରିଡା, ଆସିଷ୍ଟାଣ୍ଟ କମାଣ୍ଡେଡ ଶିବରାମ ନାୟକ, ରଂଜିତ ସାର, ଓ ଚିତ୍ତରଞ୍ଜନ ସାହୁ, ସମସ୍ତଙ୍କ ଉପସ୍ଥିତ ରେ ସହିଦ ମାନଙ୍କୁ ଫୁଲଗୁଛା ଅର୍ପଣ କରିବା ସହ ସମସ୍ତେ ମିଶି ସହିଦ ମାନଙ୍କୁ ଶାନ୍ତି ପ୍ରାର୍ଥନା କରିବା ସହ ପ୍ୟରେଡ ପରିଦର୍ଶନ କରିଥିଲେ ସହିଦ ମନଙ୍କୁ ସମ୍ନାନ ଜଣାଇ କାର୍ଯ୍ୟକ୍ରମ ଟି ସମ୍ପୂର୍ଣ କରିଥିଲେ |



