Home ଆଞ୍ଚଳିକ ଆସିକାରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ

ଆସିକାରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ

33

ଆସିକା,୮/୧୨(ଖିରୋଦ ଚନ୍ଦ୍ର ବେହେରା) ; ଦେଶରେ ଦରଦାମ ବୃଦ୍ଧି,ବେକାରୀ ସମସ୍ୟା ଦୂର କରିବା,ସର୍ବନିମ୍ନ ବେତନ ବୃଦ୍ଧି ଭଳି ୧୨ ଦଫା ଦାବୀରେ ଆଜି ବିଭିନ୍ନ ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦ ହୋଇଥିବା ବେଳେ ଆସିକାରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ହୋଇଛି । ଆଇନଶୃଙ୍ଖଳାକୁ ଭିତିକରି ଆସିକାର ବିଭିନ୍ନ ସ୍ଥାନରେ ଦୋକାନ ବଜାର,ବ୍ୟାଙ୍କ ସେବା,ଶିକ୍ଷାନୁଷ୍ଠାନ,ପେଟ୍ରୋଲ ପମ୍ପ, ବସ ସେବା,ମିନି ବସ ଏବଂ ଅଟୋ ଗାଡି ଆଦି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଆଜି ସକାଳ ୮ଠାରୁ ଆରମ୍ଭ ହୋଇ ୨୪ ଘଟାଂ ପର୍ଯ୍ୟନ୍ତ ଏହି ଧର୍ମଘଟ ଚାଲିଥିଲା । ଟ୍ରେଡ ୟୁନିୟନ ପକ୍ଷରୁ ଏହି ବନ୍ଦ ପାଳନ ହୋଇଥିବା ବେଳେ ବିଭିନ୍ନ କେନ୍ଦ୍ରୀୟ ଅନୁଷ୍ଠାନ,ବ୍ୟବସାୟ ଅନୁଷ୍ଠାନ ସମ୍ମୁଖରେ ବିକ୍ଷୋଭ ଓ ପିକେଟିଂ,ଧାରଣା ଏବଂ ରାସ୍ତାରୋକ କରାଯାଇଥିଲା ।

କେନ୍ଦ୍ର ସରକାରଙ୍କ ଜନମାରଣା ନିତୀ,ଶ୍ରମିକ ଆଇନ,ଆର୍ଥିକ ମାନ୍ଦାବସ୍ଥା,ସର୍ବନିମ୍ନ ମଜୁରୀକୁ ୨୧ ହଜାର ଟଙ୍କାକୁ ବୃଦ୍ଧି କରାଯିବା,ବେକାରୀ ସମସ୍ୟାକୁ ଦୂର କରିବା ଉପରେ ସିପିଏମ ଓ ସିପିଆଇ ବିଭିନ୍ନ ଗଣ ସଂଗଠନ ମିଳିତ ଆନୁକୁଲ୍ୟରେ ଆସିକା ବସଷ୍ଟାଣ୍ଡ, ଆସିିକା ବିଜୁ ପଟ୍ଟନାୟକ ଛକ ଠାରେ ଶତାଧିକ କର୍ମି ପତାକା ଓ ବ୍ୟାନର ଧରି ସହର ପରିକ୍ରମା କରି ବିକ୍ଷୋଭ କରିଥିଲେ । ଆସିକା ବସଷ୍ଟାଣ୍ଡ ଠାରେ ସିପିଏମର ବରିଷ୍ଠ ନେତା ଲକ୍ଷ୍ମଣ ପାଢି ଓ ଆସିକା ସିପିଆଇ ଜୋନାଲ ସମ୍ପାଦକ ପିତବାସ ମହାପାତ୍ର, ବରିଷ୍ଠ ଆଇନଜୀବୀ କେ.ପ୍ରଫୁଲ ରାଓ,ଏଆଇଟିୟୁସି ଜିଲ୍ଲା ରାଜ୍ୟ କାର୍ଯ୍ୟକାରି କମିଟି ସଦସ୍ୟ ରାଜେନ୍ଦ୍ର ଦାଶ,ଆସିକା ଚିନିଶିଳ୍ପ ଶ୍ରମିକ ନେତା ବିଦେଶୀ ନାହକ,ଶିକ୍ଷକ ନେତା ଦେବହରୀ ମହାନ୍ତି,କମ୍ରେଡ କୈଳାସ ମୁନୀ,ଶ୍ରମିକ ନେତା ସନ୍ୟାସୀ ନାହକ,ଶ୍ରମିକ ନେତା ଉପେନ୍ଦ୍ର ନାହକ ପ୍ରମୁଖ ଯୋଗ ଦେଇ ବେକାରୀ,ବେରୋଜଗାରୀ,ଶ୍ରମ ଆଇନ କୋଅଡିଫିକେସନ,ଦରଦାମ ବୃଦ୍ଧି,ସର୍ବନିମ୍ନ ବେତନ ବୃଦ୍ଧି,ସାମାଜିକ ସୁରକ୍ଷା ଭଳି ୧୨ ଦଫା ଦାବୀରେ ସମର୍ଥନ ଜଣାଇଥିବା ବିକ୍ଷୋଭ ସଭାରେ ମତବ୍ୟକ୍ତ କରିଥିଲେ ।

ଏହା ସହିତ ଆଗାମୀ ଦିନରେ ଦେଶର ଗଣତନ୍ତ୍ର ପ୍ରତି ଘୋର ବିପଦ ସହ ଦେଶର ଅର୍ଥନିତୀ ଦେବାଳିଆ ହେବାର ଆଶଙ୍କା ରହିଛି ବୋଲି ଦୃଢମତ ପ୍ରକାଶ କରିଥିଲେ । ସହରରେ ମୋଟର ସାଇକେଲ ବ୍ୟତୀତ ସମସ୍ତ ଯାନବାହାନ ସାଙ୍ଗକୁ ସରକାରୀ ଅଫିସ, କୋର୍ଟ କଚେରୀ, ଶିକ୍ଷାନୁଷ୍ଠାନ ବନ୍ଦ୍ ରହିଥିଲା । ମୋଟା ମୋଟି ଭାବରେ ଆସିକାରେ ଏହି ବନ୍ଦ ଶୃଙ୍ଖଳା ସହ ସମାପ୍ତି ହୋଇଥିଲା ।