Thursday, November 12, 2026
Home ଆଞ୍ଚଳିକ ଧରାକୋଟ ବିଜେଡିର ବିଶାଳ ଜନସମ୍ପର୍କ ପଦଯାତ୍ରା

ଧରାକୋଟ ବିଜେଡିର ବିଶାଳ ଜନସମ୍ପର୍କ ପଦଯାତ୍ରା

14

ଧରାକୋଟ ୨୧/୧୦(ଜିଲ୍ଲା ଖବର) : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଅକ୍ଟୋବର 02 ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟବ୍ୟାପି ଆରମ୍ଭ ହୋଇଥିବା ” ଜନ ସମ୍ପର୍କ ପଦଯାତ୍ରା ” ଆଜି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଧରାକୋଟ ବ୍ଲକର ଡ଼ଉଗାଁ ପଞ୍ଚାୟତରେ ହୋଇଛି l ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡିର ପୂର୍ବତନ ବିଧାୟlକା ଶ୍ରୀମତୀ ନଦିନୀ ଦେବି, ଡିଆରଡିଏ ଚେରମେନ ଅଞ୍ଜଳି ସ୍ବାଇଁ, ବ୍ଲଚ୍ଚ ଆଧକ୍ଷା ସୁଲକ୍ଷ୍ୟଣା ଗୀତାଞ୍ଜଳି ଦେବି,ଡ଼ଉଗାଁ ସରପଞ୍ଚ ମନୁ ପାତ୍ର,ଯୁବ ସମାଜ ସେଵୀ ଭଗବାନ ପରିଡା,ଡ଼ଉଗାଁ ସମବାୟ ସମିତି ସଭାପତି ସଞ୍ଜୟ ପାତ୍ର,ଜ଼ିଲ୍ଲା କାଯ୍ୟକାରିଣୀ ସଦସ୍ୟ ଶିବରାମ ପ୍ରଧାନ,ଯୁବ ସମାଜ ସେଵୀ ଶିବରାମ ପାତ୍ର ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ବିଜେଡି କର୍ମୀ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା କୁ ଓଡ଼ିଶା ର ସମସ୍ତ ଘରେ ଘରେ ପହଞ୍ଚାଇବା ପାଇ ଏହି ପଦଯାତ୍ରା ର ଲକ୍ଷ୍ୟ ଥିଲା ।