
ହିଞ୍ଜିଳିକାଟୁ ,୨୧/୧୦(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ପୋୖରାଞ୍ଚଳସ୍ଥିତ ୧୮ ନଂ ୱାର୍ଡର କାଳୁଆ ସାହି ବାସିନ୍ଦା ରଞ୍ଜନ ପାଣିଗ୍ରାହୀଙ୍କ ପୁଅ ନାରାୟଣ ପାଣିଗ୍ରାହୀ (୧୫) ବୁଧବାର ପୂର୍ବାହ୍ନରୁ ନିଖୋଜ ଥିବା ଘଟଣାକୁ 60ଘଣ୍ଟା ବିତିଛି ।ପରିବାର ଲୋକେ ଚିନ୍ତାରେ ଦିନ କାଳାତିପାତ କରୁଥିବା ବେଳେ ନାରାୟଣଙ୍କ ହାତଲେଖା ଚିଠି ସମସ୍ତଙ୍କ ମନରେ ସନ୍ଦେହ ଭରି ଦେଉଛି ସୂଚନା ପ୍ରକାରେ , ନାରାୟଣ ପୂର୍ବାହ୍ନରେ ବିଦ୍ୟାଳୟ ଯିବାକୁ କହି ଘରୁ ବାହାରିଥିଲା ;କିନ୍ତୁ ବିଦ୍ୟାଳୟକୁ ନ ଯାଇ ଖାତା ନେବା ବାହାନାରେ ପୁଣି ଘରକୁ ଚାଲି ଆସିଥିଲା ।ତାଙ୍କ ମା’ ଶିକ୍ଷୟିତ୍ରୀ ଥିବା ବେଳେ ସେ ସ୍କୁଲକୁ ଚାଲିଯାଇଥିଲେ ।ଏହି ସମୟରେ ନାରାୟଣ ଅନ୍ୟତ୍ର ପୋଷାକ ପିନ୍ଧି ବାହାରିଥିବା ଅନୁମାନ କରାଯାଉଛି ।ତେବେ ସେ କେଉଁଆଡ଼େ ଯିବେ ଚିଠିରେ ସେସବୁର କିଛି ସୂଚନା ନ ଥିଲେ ବି ପାଠପଢ଼ାକୁ ନେଇ ଚାପରେ ଥିବା ଉଲ୍ଲେଖ ରହିଛି ।ସେପଟେ ପାଠପଢ଼ା ଚାପକୁ ପରିବାରବର୍ଗ ଓ ବିଦ୍ୟାଳୟ ଶିକ୍ଷକଶିକ୍ଷୟିତ୍ରୀ ସହଜରେ ଗ୍ରହଣ କରିପାରୁନାହାନ୍ତି ।ଶାନ୍ତ,ସରଳ ସହ ବିଦ୍ୟାଳୟର ପ୍ରଥମ ଧାଡ଼ିରେ ବସୁଥିବା ନାରାୟଣ କିଭଳି ଏ ନିଷ୍ପତ୍ତି ନେଲା ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ୟ୍ଯାନ୍ବିତ କରିଛି ।ସବୁଆଡୁ ଖୋଜି ନିରାଶ ହେବା ପରେ ମା’ ରେଣୁକା ପାଣିଗ୍ରାହୀ ପୁଅ ନିଖୋଜ ଥିବା ନେଇ ହିଂଜିଳି ଥାନାରେ ଏତଲା ଦେଇଛନ୍ତି ।ଏ ନେଇ ଥାନାରେ କେଶ ନଂ ୫୭୩/୨୨ ରେ ଏକ ମାମଲା ରୁଜୁ ହେବା ସହ ସବୁଦିଗକୁ ନେଇ ତଦନ୍ତ ଚାଲିଥିବା ହିଂଜିଳି ଥାନାଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି ।


