Thursday, November 12, 2026
Home ଆଞ୍ଚଳିକ ପାଟପୁର ପୋଲିସ ପକ୍ଷରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ବେଆଇନ ବାଣ ଜବତ ୪ ଗିରଫ

ପାଟପୁର ପୋଲିସ ପକ୍ଷରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ବେଆଇନ ବାଣ ଜବତ ୪ ଗିରଫ

42


ସାନଖେମୁଣ୍ଡି୨୧/୧୦(ଜିଲ୍ଲା ଖବର) : ଦୀପାବଳି ଆସିଲେ ଲୋକେ ବାଣ ଫୁଟାଇବାକୁ ବହୁତ ପସନ୍ଦ କରନ୍ତି l ଏହି ବାଣ ଫୁଟାଇବା ବେଳେବେଳେ ଖୁସି ଦୁଃଖରେ ପରିଣତ ହୋଇଯାଏ l ସେଇଥି ପାଇଁ ସରକାର ବାଣ ବିକିବା ଓ ଫୁଟାଇବା ଉପରେ କଟକଣା ଲଗାଇଥାନ୍ତି l ବାଣ ବିକିବା ପାଇଁ କିଛି ବିକ୍ରେତାଙ୍କୁ ଲାଇସେନ୍ସ ଦିଆଯାଏ l କିନ୍ତୁ କିଛି ଚୋରା ବେପାରୀ ଲାଇସେନ୍ସ ନକରି ଚୋରାରେ ବାଣ ବିକ୍ରି କରିଥାନ୍ତି l ଏହି ଚୋରା ବେପାରୀଙ୍କୁ ଧରିବା ପାଇଁ ପୋଲିସ ସଜାଗ ଥାଏ l ଆଜି ପାଟପୁର ଥାନା ଅଧିକାରୀ ସବ୍ୟସଚ୍ଚି ମଲ୍ଲଙ୍କ ତତ୍ୱବଧାନରେ ସାନଖେମୁଣ୍ଡି ବ୍ଲକର ଡ଼େଙ୍ଗାଉସ୍ତ ଓ ପୋଡାମାରି ଗାଁରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ସହ ୪ ଜଣ ଚୋରା ବାଣ ବେପାରୀଙ୍କୁ ଗିରଫ କରିଛନ୍ତି l ଅଭିଯୁକ୍ତ ମାନେ ହେଲେ ପୋଡାମାରି ଗ୍ରାମର ପି. ପ୍ରଶାନ୍ତ କୁମାର ସୁବୁଦ୍ଧି, ଏ. ସିମାଞ୍ଚଳ ପାତ୍ର, ସନ୍ତୋଷ କୁମାର ପାଢ଼ୀ, ଡେଙ୍ଗାଓସ୍ତା ଗ୍ରାମର ୟୁ ଭଗବାନ ପାତ୍ର। ଜବତ କରିଥିବା ବାଣ ମଧ୍ୟରେ ତାଳ ଫୋଟକା, ଘରି, ହାବିଳି, ଶୂନଫୋଟକା, ଫୁଲଝରି, ଛୋଟ ଗଡ଼ମା, ବଡ଼ ଗଡ଼ମା ଆହୁରି ବିଭିନ୍ନ ବାଣ ସବୁ ଜବତ କରାଯାଇଛି ।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକ