
ରାୟଗଡ଼ା -୨୦-୧୦- (ଜିଲ୍ଲା ଖବର); ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟ ମୁନିଗୁଡା ପଞ୍ଚାୟତର ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ ପରିଦର୍ଶନରେ ଆଜି ରାୟଗଡ଼ା ଜିଲ୍ଲା ପାଳ ଶ୍ରୀ ସୃଧା ଦେବ ସିଂ ପହଞ୍ଚି ହାଟ ମୁନିଗୁଡା ଶୈବପୀଠ ଓ ହାଟପଦା ଠାରେ ଗୁରୁବାର ଦିନ ହେବାକୁ ଥିବା ସାପ୍ତାହିକ ହାଟ ପାଇଁ ଯେଉଁ ନୂତନ କାର୍ଯ୍ୟ କରାଯିବ ସେହି ସବୁ ଆସି ଆଜି ରାୟଗଡ଼ା ଜିଲ୍ଲା ପାଳ ତଦାରଖ କରିଥିଲେ। ଏହି କାର୍ଯ୍ୟ କିପରି କରାଯିବ ବୋଲି ସେ ବିଷମକଟକ ବ୍ଲକ ବିଡ଼ିଓ ଶ୍ରୀ ସଦାଶିବ ନାୟକ ଙ୍କ ସହ ଆଲୋଚନା କରିଛନ୍ତି।
ଏହି ପରିଦର୍ଶନ ସମୟରେ ତାଙ୍କ ସହ ସେକ୍ରେଟାରୀ ଏସ୍ କେ ବସିଷ୍ଟ, ପିଡି,ସି ଡ଼ି ଭି ଓ, ଡି ଏଫ୍ ଓ,ଏ ପି ଡି, ବିଷମକଟକ ବ୍ଲକ ବିଡ଼ିଓ ସଦାଶିବ ନାୟକ ,ଜି ଆର ଏସ୍ ସନ୍ତୋଷ କୁମାର ବୈଦ୍ୟ ଭୂଷଣ,ପି ଇ ଓ ମଳୟ ନାୟକ ଏବଂ ବ୍ଲକ ର ସମସ୍ତ ସରକାରୀ କର୍ମଚାରୀ ମାନେ ଉପରିସ୍ଥ ଥିଲେ।



