
ସାନଖେମୁଣ୍ଡି,୨୦/୧୦(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଧରମପୁର ଗାଁ ର ଏକ ଘରେ ପାଟପୁର ପୋଲିସ ଚଢ଼ାଉ କରି ପେକିଂ ହେଉଥିବା ଗଞ୍ଜେଇ ସହ ୪ ଜଣଙ୍କୁ ଗିରଫ କରିଛନ୍ତି l ସୂଚନା ଅନୁସାରେ ପାଟପୁର ଥାନାର ଏସ ଆଇ ଟୁନା ପୀଡ଼ିକା ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ ଧରମପୁର ଗାଁ ର ଏମ ସନ୍ତୋଷ ଦୋରାଙ୍କ ଘରେ ଗଞ୍ଜେଇ ଗଛିତ ଅଛି l ସଙ୍ଗେସଙ୍ଗେ ଥାନା ଅଧିକାରୀ ସବ୍ୟସଚ୍ଚି ମଲ୍ଲଙ୍କୁ ଜଣାଇ ଏକ ଟିମ ନେଇ ସନ୍ତୋଷଙ୍କ ଘର ଉପରେ ଚଢ଼ାଉ କରିଥିଲେ l ଚଢ଼ାଉ ବେଳେ ଗଞ୍ଜେଇ ପ୍ୟାକିଙ୍ଗ ଚାଲିଥିବା ଦେଖିବାକୁ ମିଳିଥିଲା l ସେଠାରୁ ପୋଲିସ ୧୫୩.୧୦୦ କିଲୋ ଗଞ୍ଜେଇ ସହ ୪ ଜଣଙ୍କୁ ଗିରଫ କରିଥିଲା l ଗିରଫ ଅଭିଯୁକ୍ତ ମାନେ ହେଲେ ପାଟପୁର ଥାନା ଧରମପୁର ଗ୍ରାମର ଏମ ସନ୍ତୋଷ ଦୋରା, ସନ୍ତୋଷ ସାହୁ, ନୀଳ ବାଡ଼ତ୍ୟ, ଜେ ଶଙ୍କର ଦୋରା। ଏନେଇ ପାଟପୁର ପୋଲିସ ଥାନା କେଶ ନମ୍ବର ୩୮୦/୨୨ରେ ମାମଲା ରୁଜୁ କରି ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି l ଅନ୍ୟ କେହି ଏଥିରେ ସାମିଲ ଥିବା ସନ୍ଦେହ କରି ଅଧିକ ତଦନ୍ତ ଚଲାଇଥିବା ଆସିକା ଏସଡିପିଓ ଉମା ଶଙ୍କର ସିଂ ସମ୍ବାଦିକ ସମ୍ମୀଳନୀ ରେ ସୂଚନା ଦେଇଛନ୍ତ


