
ଗୁଣୁପୁର,୧୯/୧୦(ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ଗୁଣପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ଆଜି ଏକ ବୃହତ୍ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀମାନେ ମହାବିଦ୍ୟାଳୟ ପରିସରସ୍ଥ ଏକକ ବ୍ଯବହୃତ ପ୍ଲାଷ୍ଟିକ ପଦାର୍ଥଗୁଡିକୁ ସଫାକରିବା ସହିତ ମହାବିଦ୍ୟାଳୟ ପରିସରକୁ ପ୍ଲାଷ୍ଟିକ ମୁକ୍ତ କରିବା ଦିଗରେ ଗୁରୁତ୍ୱ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ପ୍ରାଧ୍ୟାପକ ଶଶିଭୂଷଣ ମହାନ୍ତି ଉକ୍ତ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ମାର୍ଗଦର୍ଶନ କରାଇଥିଲେ । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି, ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ




