Friday, November 13, 2026
Home ଆଞ୍ଚଳିକ ଅଳିଆରୁ ସୌନ୍ଦର୍ଯ୍ୟକରଣ ପ୍ରଦର୍ଶନୀ

ଅଳିଆରୁ ସୌନ୍ଦର୍ଯ୍ୟକରଣ ପ୍ରଦର୍ଶନୀ

30

ବେଲଗୁଣ୍ଠା,୧୯/୧୦(ଜିଲ୍ଲା ଖବର) : ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ନୋଡାଲ ଜି ଟି ହାଇସ୍କୁଲ ପରିସରରେ ହାଇସ୍କୁଲ ଓ ମହାବିଦ୍ୟାଳୟ ସ୍ତରୀୟ ଏକ “ବର୍ଜ୍ୟବସ୍ତୁରୁ ବ୍ୟବହାରିକ ସୌନ୍ଦର୍ଯ୍ୟ ସାମଗ୍ରୀ ପ୍ରଦର୍ଶନୀ ମେଳା ” ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ପ୍ରଦର୍ଶନୀରେ ବେଲଗୁଣ୍ଠା ବାଳିକା ଉଚ୍ଚ ବିଦ୍ୟାଳୟ, ବେଲଗୁଣ୍ଠା ମହିଳା ବିଜ୍ଞାନ ମହାବିଦ୍ୟାଳୟ, ସାଇ ଶିଳ୍ପ ତାଲିମ କେନ୍ଦ୍ର, ନୋଡାଲ ଜି ଟି ହାଇସ୍କୁଲ, ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ବିଭିନ୍ନ ବ୍ୟବହାରିକ ସୌନ୍ଦର୍ଯ୍ୟ ଉପକରଣ ପ୍ରସ୍ତୁତି କରି ପ୍ରଦର୍ଶନ କରିଥିଲେ |ବର୍ଜ୍ୟବସ୍ତୁ ପ୍ରତି ଲୋକମାନଙ୍କର ନକାରାତ୍ମକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିବା ସଙ୍ଗେ ସଙ୍ଗେ ବର୍ଜ୍ୟବସ୍ତୁ ମୁକ୍ତ ସହର ଗଠନପାଇଁ ଛାତ୍ର ଛାତ୍ରୀଙ୍କ ଏଭଳି ଅଭିନଵ କାର୍ଯ୍ୟକ୍ରମ ବାସ୍ତବରେ ମାନବ ସମାଜ ପାଇଁ ପ୍ରେରଣାଦାୟକ |ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ତହସିଲଦାର ମନୋଜ ପ୍ରଭାକର କଜୁର, ସମ୍ମାନିତ ଅତିଥି ଭାବେ ନିର୍ବାହୀ ଅଧିକାରୀ ଏସ ରାକେଶ କୁମାର ପାତ୍ର ଏବଂ ଅନ୍ୟାନ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ମହାରଣାଙ୍କ ସମେତ ବେଲଗୁଣ୍ଠା ଏନଏସିର ପାରିଷଦ ସଭ୍ୟ ସଭ୍ୟାଯୋଗଦେଇଥିଲେ | ବେଲଗୁଣ୍ଠା ଏନ ଏ ସି ର ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ସହର ମିଶନ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ |