ନରେନ୍ଦ୍ରପୁର କଲେଜରେ ସଡକ ସୁରକ୍ଷା କର୍ମଶାଳା

18

ଚମାଖଣ୍ଡି, ୨୨/୮(ଏଜେନସି) : ନରେନ୍ଦ୍ରପୁରସ୍ଥିତ କ୍ଷେତ୍ର ମୋହନ ବିଜ୍ଞାନ ମହାବିଦ୍ୟାଳୟରେ ସଡକ ସୁରକ୍ଷା ରାଲି ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଗଂଜାମ ଜିଲ୍ଲା ପୋଲିସ ପ୍ରଶାସନ , ଗଂଜାମ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ସଚେତନତାର ଶୁଭାରମ୍ଭ ଏମ .ଭି .ଆଇ ସମୀର କୁମାର ଦଳେଇ , ଏସ .ଡି .ପି .ଓ ଉତ୍କଳ କେଶରୀ ଦାସ ଚମାଖଣ୍ଡି ପୋଲିସ ଥାନା ଅଧିକାରୀ ସହଦେଵ ମହାପାତ୍ର ,ଅଧକ୍ଷ ଡ଼ଃ .ସୁଶାନ୍ତ କୁମାର ମିଶ୍ରଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା l ଏଥିରେ ପ୍ରାୟ ସାତ ଶହ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ଦୁତ୍ୱୀୟ ପର୍ଯାୟରେ କଲେଜ ପରିସରରେ ଅଧକ୍ଷ ଡ଼ଃ. ମିଶ୍ରଙ୍କ ପୌରହିତ୍ୟରେ ଆରମ୍ଭ ହୋଇଥିଲା l ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦଳେଇ ଏଲ ଇ ଡି ମାଧ୍ୟମରେ ସଡକ ଦୁର୍ଘଟଣାର କାରଣ ଓ ନିରାକରଣ ବିଷୟରେ ଆଲୋଚନା କରିଥିଲେ l ଏସ ଡି ପି ଓ ଶ୍ରୀ ଦାସ ନିଜ ବକ୍ତବ୍ୟରେ ଯୁବ ଛାତ୍ର ଛାତ୍ରୀ ଙ୍କୁ ଗଳ୍ପ ଓ ଉଦାହରଣ ମାଧ୍ୟମରେ ଦୁର୍ଘଟଣା ହ୍ରାସର ମନ୍ତ୍ର ଦେଇଥିଲେ l ଅଧକ୍ଷ ଡ଼ଃ ମିଶ୍ର ନିଜ ମନ୍ତବ୍ୟରେ ସଡକ ସୁରକ୍ଷା ନିମନ୍ତେ ରାସ୍ତାର ନିୟମ ଓ ଗାଡି ଚାଳନାରେ ସାବଧାନତା ଅନୁସରଣ କରିବାକୁ ନିବେଦନ କରିଥିଲେ l ପ୍ରାଧ୍ୟାପକ ଡ଼ଃ ସତୀଶ ପ୍ରସାଦ ନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ , ଅତିଥି ପରିଚୟ ଓ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l ବରିଷ୍ଠ ଇତିହାସ ପ୍ରାଧ୍ୟାପକ ଯୁବପିଢିଙ୍କୁ ଗାଡି ଚାଳନାର ବିଭିନ୍ନ ଦିଗ ବିଷୟରେ ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମର ରୂପରେଖ ଚମାଖଣ୍ଡି ଥାନା ଅଧିକାରୀ ଶ୍ରୀ ମହାପାତ୍ର ଓ ତାଙ୍କ ସହଯୋଗୀ ମାନଙ୍କ ଦ୍ୱାରା କରାଯାଇଥିଲା l ଉକ୍ତ କର୍ମଶାଳାରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ l ଶେଷରେ ଇତିହାସ ଅଧ୍ୟାପକ ଡ଼ଃ ଗୋକୁଳାନନ୍ଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା l