
ଶେରଗଡ଼ ବ୍ଲକ ବରମୁଣ୍ଡଳୀ ଶିବ ମନ୍ଦିର ଠାରେ ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି l ସୂଚନା ଅନୁସାରେ ଅଚୁତ ବିଷୋଇ ନିଜର ବାଇକ ଯୋଗେ କୌଣସି କାମରେ ନିଜ ଗ୍ରାମ ରଘୁନାଥପୁର ରୁ ବରମୁଣ୍ଡଳୀ ଅଭିମୁଖେ ଯାଉଥିବା ବେଳେ ବରମୁଣ୍ଡଳୀ ନିକଟରେ ଥିବା ଶିବ ମନ୍ଦିର ଠାରେ ଠିଆରହିଥିବା ତିନିଜଣ ମହିଲାଙ୍କୁ ଧକ୍କା ଦେଇଥିଲା ଫଳରେ ବାଇକ ଚାଳକ ସହ ତିନି ଗୁରୁତ୍ତର ଆହତ ହୋଇଛନ୍ତି l ଆହତ ବ୍ୟକ୍ତିମାନେ ହେଲେ ବରମୁଣ୍ଡଳୀ ଗ୍ରାମର ରୁନୁ ସେଠି, ବିଷ୍ଣୁ ସେଠି ଓ ଲଷ୍ମୀ ସେଠି l ଗୁରୁତ୍ତର ଅବସ୍ଥାରେ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ରୁନୁ ସେଠି ଓ ଲଷ୍ମୀ ସେଠି କୁ ବ୍ରହ୍ମପୁର ମେଡିକାଲ କୁ ପଠାଇ ଥିବା ଡାକ୍ତର ଲୋକନାଥ ପଣ୍ଡା ସୂଚନା ଦେଇଛନ୍ତି l


