Home ଆଞ୍ଚଳିକ ସାନଖେମୁଣ୍ଡିରେ ଭାରତ ବନ୍ଦ ସଫଳ

ସାନଖେମୁଣ୍ଡିରେ ଭାରତ ବନ୍ଦ ସଫଳ

32

ସାନଖେମୁଣ୍ଡି (ଜିଲ୍ଲା ଖବର) : ଜାତୀୟ ଶ୍ରମ ସଂଗଠନ ସମୂହଙ୍କ ଦ୍ୱାରା ଦିଆଯାଇଥିବା ଦେଶବ୍ୟାପୀ ଧର୍ମଘଟ ଡାକରା ପ୍ରକାରେ ଆଜି ଜାନୁଆରୀ ୮, ବୁଧବାର ଦିନ ସାନଖେମୁଣ୍ଡିରେ ପାଳିତ ହୋଇଥିବା ବେଳେ ବ୍ଲକ ସ୍ତରୀୟ ପ୍ରମୁଖଙ୍କ ଦ୍ୱାରା ବନ୍ଦ ଶାନ୍ତିପୂର୍ଣ୍ଣ ଥିବା ଦେଖିବାକୁ ମିଳିଛି। AITUC ସମର୍ଥିତ ସାନଖେମୁଣ୍ଡି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅନ୍ତର୍ଗତ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ, ନିଖିଳ ଓଡିଶା ପାଚିକା ମହାସଂଘ ସାନଖେମୁଣ୍ଡି କମିଟି, ଓଡିଶା ନିର୍ମାଣ ଶ୍ରମିକ ସଂଗଠନଙ୍କ ସହିତ AITUCର ଜିଲା ପ୍ରମୁଖଙ୍କ ଉପସ୍ଥିତରେ ଶତାଧିକ ସମର୍ଥକ ସଂଗଠନ ପତାକା ଓ ପ୍ଲାକାର୍ଡ ଧରି ଶୋଭାଯାତ୍ରା କରିଥିଲେ। ପ୍ରଚଳିତ ସରକାରୀ ବ୍ୟବସ୍ତାରେ ଥିବା ମୌଳିକ ଅଂଶଗତିକୁ ଦୂର କରି ସମାନ କାମକୁ ସମାନ ଦରମା, ସର୍ବନିମ୍ନ ମଜୁରୀ ୨୧,୦୦୦କୁ ବୃଦ୍ଧି କରିବା, ମାସିକ ପେନସନ ୧୦,୦୦୦ ଟଙ୍କା ଧାର୍ଯ୍ୟ କରିବା, କର୍ପୋରେଟ ସ୍ୱାର୍ଥରେ ଶ୍ରମ ଆଇନ ପରିବର୍ତ୍ତନ ବନ୍ଦ କରିବା। ସ୍କିମ ୱାର୍କରସ୍ ମାନଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ, ରେଳ, ବୀମା, ବ୍ୟାଙ୍କ, ପ୍ରତିରକ୍ଷା, କୋଇଲା, ଇସ୍ପାତ ସହ ସର୍ବଜନିକ କ୍ଷେତ୍ରରେ ଘରୋଇ କରଣ ବନ୍ଦ କରାଯିବାକୁ ସ୍ଲୋଗାନ ଦେଇଥିଲେ। ପାଟପୁର ଗାନ୍ଧୀଛକ ଠାରୁ ପଦଯାତ୍ରା ବାହାରି ସାନଖେମୁଣ୍ଡି ବ୍ଲକ, ତହସିଲ କାର୍ଯ୍ୟାଳୟ, ଶିଶୁବିକାଶ ସେବା ପ୍ରକଳ୍ପ ସହ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବା ସହ ଦାବି ହାସଲ କରିବାକୁ ସ୍ଲୋଗାନ ଦେଇଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।