
ବ୍ରହ୍ମପୁର,୧୯/୧୦(ଜିଲ୍ଲା ଖବର) : ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ୭ଜଣ ଦଲାଲଙ୍କୁ ଗିରଫ କଲା ବ୍ରହ୍ମପୁର ପୁଲିସ । ଦୀର୍ଘ ୪ବର୍ଷ ପରେ ପୁଣି ଅପରେସନ ଦଲାଲ ଆରମ୍ଭ କରିଛି । ଦଲାଲଙ୍କୁ ଧରିବାକୁ ବ୍ରହ୍ମପୁର ଏସପି ଡା ସରବଣା ବିବେକ ଯୋଜନା କରିଥିଲେ । କୌଣସି ଥାନାକୁ ସୂଚନା ନ ଦେଇ ନିଜେ ଏସପି ନେତୃତ୍ୱ ନେଇଥିଲେ । ଆଜି ସକାଳୁ ୧୫ଜଣ କନେଷ୍ଟବଳଙ୍କୁ ବିଭିନ୍ନ ୱାର୍ଡକୁ ପଠାଇଥିଲେ ।
ସମସ୍ତେ ଗାଉଁଲିଆ ବେଶରେ ଥିଲେ । କିଏ ଲୁଙ୍ଗି ଟାୱଲ ପିନ୍ଧିଥିଲେ ତ ଆଉ କିଏ ହାପ ପ୍ୟାଣ୍ଟ ସହ ମଇଳା ସାର୍ଟ ପିନ୍ଧିଥିଲେ । ସେମାନେ ବିଭିନ୍ନ ୱାର୍ଡକୁ ଯିବା ପରେ ଦଲାଲମାନେ ତାଙ୍କ ପାଖକୁ ଆସିଥିଲେ । ଦଲାଲଙ୍କୁ ଦେଖି ଜଣେ କନେଷ୍ଟବଳ କାହ୍ନା ଡାକୁଆ ସୁରଟ ଯିବାର ଅଛି ଜଲଦି ଡାକ୍ତରଙ୍କୁ ଦେଖା କରାଇଦେବାକୁ କହିଥିଲେ। କହ୍ନାଙ୍କୁ ନ୍ୟୁରୋ ସର୍ଜରୀ ବିଭାଗରୁ ଘରୋଇ ଡାକ୍ତରଖାନାକୁ ନେବା ବେଳେ ଜଣେ ଦଲାଲଙ୍କୁ କାବୁ କରାଯାଇଥିଲା ।
ପରେ ଆଉଟଡୋରରେ ବୁଲୁଥିବା ଅନ୍ୟ ଜଣେ ଦଲାଲଙ୍କୁ ଗିରଫ କରିଥିଲା ପୁଲିସ। ଏସପି ଡା ସରବନା ବିବେକ, ଏସଡିପିଓ ରାଜୀବ ଲୋଚନ ପଣ୍ଡା, ବୈଦ୍ୟନାଥପୁର ଥାନା ଆଇଆଇସି ରାମ କୁମାର ମୁର୍ମୁ ଓ ମେଡିକାଲ ଫାଣ୍ଡି ଅଧିକାରୀ ଭୈରବ କୁମାର ଭୁଆଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାର ତଦନ୍ତ ଜାରି ରହିଛି। ଏମାନଙ୍କ ଲିଙ୍କରେ ଯେଉଁମାନେ ଅଛନ୍ତି ସମସ୍ତଙ୍କୁ ଗିରଫ କରାଯିବ”



