ନାବାଳକ କୁ ହତ୍ୟା ଘଟଣାରେ ର ପରଦାଫାସ କଲା ବିସଂପୁର ପୋଲିସ, ୩ ଅଭିଯୁକ୍ତ ଗିରଫ

41

ବୋରିଗୁମା,୧୯/୧୦(ଜିଲ୍ଲା ଖବର) : ବୋରିଗୁମା ବ୍ଲକ ବି ସିଂହପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଗତ ୬ ତାରିଖ ଦିନ ବିସିଂହପୁର ଥାନା ଅନ୍ତର୍ଗତ ପୁର୍ଣି ଗୁଡା ଗ୍ରାମ ରେ ନାବାଳକ ଙ୍କୁ ହତ୍ୟା କରି ଗାଁ ପୋଖରୀରେ ଫୋପାଡିଥିବା ଘଟଣା ର ପର୍ଦାଫାସ କରିଛି ବିସିଂହ ପୁର ପୋଲିସ। ନାବାଳକଙ୍କୁ ହତ୍ୟା କରିଥିବା ତିନିଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି।ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛି ପୋଲିସ ।ଗିରଫ ତିନି ଙ୍କ ମଧ୍ୟରେ ଦୁଇଜଣ ନବରଙ୍ଗପୁର ଜିଲ୍ଲା ର ନୂଆଗୁଡା ଗ୍ରାମର ଜଗନ୍ନାଥ ପାଇକ ଏବଂ ବୁଡୁ ପାଇକ ହୋଇଥିବା ବେଳେ ଜଣେ କୁମୁଲି କୁମ୍ଭାର ଗୁଡା ର ପୀତବାସ ପାଇକ ବୋଲି ଜଣାପଡିଛି। ଆଜି ଏହି ପ୍ରେସ ମିଟ ରେ ବୋରିଗୁମା ଏସ.ଡି.ପି.ଓ ମଧୁସିକ୍ତା ମିଶ୍ର ,ଭାରପ୍ରାପ୍ତ ଥାନା ଅଧିକାରୀ ସନ୍ଦୀପ କୁମାର ସ୍ୱାଇଁ ,ଏସ ଆଇ ସୁରେନ୍ଦ୍ର ସେଠି ,ଏସ ଆଇ ଶ୍ରୀମତୀ ମାଝୀ , ଏଏସଆଇ ଶ୍ରୀ ଶ୍ୟାମ ରଥ ପ୍ରମୁଖ ଉପସ୍ଥିତ ଥିଲେ ।